ଜଗତସିଂହପୁର: ସାମୁଦ୍ରିକ ଝଡ ଫନିକୁ ଅନେକ ଦିନ ବିତିଯାଇଛି । ହେଲେ ଏହାର କ୍ଷତିପୂରଣ ଏବେ ସୁଦ୍ଧା ଅନେକ ଲୋକଙ୍କୁ ମିଳିପାରିନାହିଁ । କେତେକ କ୍ଷତିଗ୍ରସ୍ତଙ୍କୁ ପଲିଥିନି ଗୋଟେ ମଧ୍ୟ ମିଳିପାରିନଥିବା ଜଣାପଡିଛି । ଜଗତସିଂହପୁରରେ ଫନି ସମୀକ୍ଷାକୁ ନେଇ ପ୍ରାକୃତିକ ବିପର୍ଯ୍ୟୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ।
ଜଗତସିଂହପୁର ଜିଲ୍ଲାପାଳଙ୍କ ସଦ୍ ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ କମିଟି ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏହି ବୈଠକରେ ଏହିସବୁ ତଥ୍ୟ ସାମ୍ନାକୁ ଆସିବା ପରେ ସାସଂଦ ରାଜଶ୍ରୀ ମଲ୍ଲିକ ଏଥିରେ ଉଦ୍ବେଗ ପ୍ରକାଶ କରିଥିଲେ। ସେପଟେ ଫନି କ୍ଷୟକ୍ଷତିର ଆକଳନ ରିପୋର୍ଟ ଠିକ୍ ଭାବେ କରାଯାଇ ନଥିବାରୁ ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କରାଯାଇଥିବା ଘେଷଣା କାର୍ଯ୍ୟକାରୀ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ