ETV Bharat / state

ସହର ଉପକଣ୍ଠରେ ଗର୍ଜିଲା ବନ୍ଧୁକ, ଜଣେ ଗିରଫ

author img

By

Published : Mar 23, 2021, 10:55 PM IST

ଜଗତସିଂହପୁର ସହର ଉପକଣ୍ଠରେ ଦୁଇ ଦୁଇଟା ସ୍ଥାନରେ ଫୁଟିଲା ଗୁଳି । ସହରର ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ପୋଲିସ ଉପରେ ପ୍ରଶ୍ନ । ଅଧିକ ପଢନ୍ତୁ...

ସହର ଉପକଣ୍ଠରେ ଗର୍ଜିଲା ବନ୍ଧୁକ, ଜଣେ ଗିରଫ
ସହର ଉପକଣ୍ଠରେ ଗର୍ଜିଲା ବନ୍ଧୁକ, ଜଣେ ଗିରଫ

ଜଗତସିଂହପୁର: ସହରର ଦୁଇ ଦୁଇଟା ସ୍ଥାନରେ ଆଜି ଫୁଟିଲା ଗୁଳି । ଯାହାକୁ ନେଇ ଜଗତସିଂହପୁରରେ ଆଇନ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ପୋଲିସ ବିଫଳ ହୋଇଥିବା କୁହାଯାଉଛି ।

ସହର ଉପକଣ୍ଠରେ ଗର୍ଜିଲା ବନ୍ଧୁକ, ଜଣେ ଗିରଫ

ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଉପକଣ୍ଠ କାଠିଆପଡା ଅଞ୍ଚଳର ରୁକ୍ମଣୀ ମହାପାତ୍ରଙ୍କ ଘରେ ଜଣେ ଦୃର୍ବୃତ୍ତ ପଶି ଫାଙ୍କା ଗୁଳିଚାଳନା କରିବା ସହ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଏହାକୁ ମହିଳାଙ୍କ ବୋହୂ ସସ୍ମିତା ବିରୋଧ କରିବାରୁ ଦୁର୍ବୃତ୍ତ ଜଣକ ତାଙ୍କ ପାଟିରେ ବନ୍ଧୁକ ପୁରାଇ ଭୟଭୀତ କରିଥିଲା । ଏନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି ।

ସେହିଭଳି ସଦର ଥାନା କାଦୁଅପଡା ଅଞ୍ଚଳରେ ଜଣେ ଯୁବକ ବନ୍ଧୁକ ଦେଖାଇ ଦାଦାବଟି ଆଦାୟ କରୁଥିବା ଅଭିଯୋଗ ହୋଇଛି । ହାଡୁ ସେଠୀ ଓ ପ୍ରସନ୍ନ ସାମଲ ନାମକ ଦୁଇ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଜଣକ ବନ୍ଧୁକ ମୁନରେ 5 ହଜାର ଟଙ୍କା ମାଗିଥିଲେ । ଏଥିରେ ସେମାନେ ଅମଙ୍ଗ ହେବାରୁ ସେଠାରେ ଦୁର୍ବୃତ୍ତଟି ଫାଙ୍କା ଗୁଳି ଚାଳନା କରିବା ସହ ଦାଦାବଟି ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସୂଚନା ମିଳିଛି । ଏହି ଦୁଇ ଘଟଣାରେ ପୋଲିସ ପୃଥକ ପୃଥକ ମାମଲା ରୁଜୁ କରି ଜଣେ ଅଭିଯୁକ୍ତଙ୍କୁ ଧରିବା ସହ ବନ୍ଧୁକ ଜବତ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.