ETV Bharat / state

ଅଡୁଆରେ SVM କଲେଜ ଅଧ୍ୟକ୍ଷ, ପୂର୍ବତନ ଛାତ୍ର ସଂସଦ ଆଣିଲା ଅଭିଯୋଗ

author img

By ETV Bharat Odisha Team

Published : Sep 8, 2023, 3:26 PM IST

ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ କଲେଜ ଅଧ୍ୟକ୍ଷଙ୍କ ନାମରେ ଅଭିଯୋଗ ଆଣିଛି ପୂର୍ବତନ ଛାତ୍ର ସଂସଦ । ଅଧିକ ପଢ଼ନ୍ତୁ

ଏସଭିଏମ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ପୁରାତନ ଛାତ୍ରଙ୍କ ଅଭିଯୋଗ

ଅଡୁଆରେ SVM କଲେଜ ଅଧ୍ୟକ୍ଷ

ଜଗତସିଂହପୁର: ଜିଲ୍ଲାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପୁଣି ଚର୍ଚ୍ଚାକୁ ଆସିଛି । ଅଡ଼ୁଆରେ କଲେଜ ଅଧ୍ୟକ୍ଷ । ବିପଦରେ ପଡିଛି ଅଧ୍ୟକ୍ଷଙ୍କ ପଦ । କଲେଜ ଅଧ୍ୟକ୍ଷଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୁରାତନ ଛାତ୍ର ସଂସଦ । 2015-16ର ଛାତ୍ର ସଂସଦ ସଭାପତି ଆଶିଷ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କିଛି ପୁରାତନ ଛାତ୍ର କଲେଜ ଅଧ୍ୟକ୍ଷଙ୍କୁ ଭେଟି ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହ ଏହାର ନକଲ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ବିଭାଗ ଓ 5ଟି ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

ପୁରାତନ ଛାତ୍ର ସଂସଦ ଅଭିଯୋଗ କରିଛି ଯେ, ବର୍ତ୍ତମାନ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ବିଜୟ କୁମାର ପାତ୍ର ଯିଏ କି ଅଧ୍ୟାପକ ଭାବରେ ପ୍ରଥମେ ସୁଦର୍ଶନ ମହାବିଦ୍ୟାଳୟ ୪୨ ମୌଜା କଟକରୁ କ୍ୟାରିଅର ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଗତ ୦୪.୦୮.୨୦୨୩ ତାରିଖରେ ଉଞ୍ଚାଶିକ୍ଷା ବିଭାଗର ଚିଠି ନଂ ୩୩୦୪୭ ମୁତାବକ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ କୌଣସି ଜୁନିୟର କଲେଜର ଅଧ୍ୟାପକ ଡିଗ୍ରୀ କଲେଜରେ ଅଧ୍ୟକ୍ଷ ହୋଇ ପାରିବେ ନାହିଁ । କିପରି ଭାବରେ ଜଣେ ଜୁନିୟର କଲେଜ ଅଧ୍ୟାପକ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୁରାତନ ଛାତ୍ର ସଂସଦ।

ଏହା ବି ପଢନ୍ତୁ...ରାତି ଅଧରେ ଛାତ୍ରୀବାସକୁ ପସୁଛନ୍ତି ଦୁର୍ବୃତ୍ତ, ଉପଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରୀ

ପୁରାତନ ଛାତ୍ର ସଂସଦ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, କଲେଜରେ ପାଣି ଟାଙ୍କି ନିର୍ମାଣ, ସିସିଟିଭି କ୍ୟାମେରା ଓ କମ୍ପ୍ୟୁଟର ମରାମତି ନାମରେ ବହୁ ଅର୍ଥ ହଡ଼ପ କରାଯାଇଛି । ଅଧ୍ୟକ୍ଷ ବିଜୟ ପାତ୍ର ମଧ୍ୟାହ୍ନ ୧୨ଟାରେ କଲେଜକୁ ଆସି ରାତି ୧୦ଟାରେ ଯାଉଛନ୍ତି। ସେ ରାତି ୧୦ଟା ପର୍ଯ୍ୟନ୍ତ କଲେଜର କେଉଁ କାର୍ଯ୍ୟ କରୁଛନ୍ତି ତାହା ସିସିଟିଭି ଯାଞ୍ଚ କରିବା ପରେ ଜଣା ପଡ଼ିବ। ସେହିପରି କଲେଜ କ୍ୟାମ୍ପସ ମଧ୍ୟରେ ଥିବା ମୂଲ୍ୟବାନ ଗଛକୁ କାଟି ଲକ୍ଷାଧିକ ଟଙ୍କାରେ ବିକ୍ରି କରିଦେଇଥିବା ପୁରାତନ ଛାତ୍ର ଅଭିଯୋଗ କରିଛନ୍ତି । ଏହାର ସଠିକ ତଦନ୍ତ କରାଗଲେ ଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି ପୁରାତନ ଛାତ୍ର ମାନେ କହିଛନ୍ତି । ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ବିଜୟ ପାତ୍ର ଫୋନ ଯୋଗେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ, ଏହି ଅଭିଯୋଗ ସବୁ ଭିତ୍ତିହୀନ କିଛି ଅଣଛାତ୍ର ରାଜନୈତିକ ଅଭିସନ୍ଧି ରଖି ଏଭଳି ମନ୍ତବ୍ୟ ଦେଉଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.