ETV Bharat / state

'ଇଟିଭି ଭାରତ' ପ୍ରଭାବ: ଭାରିଯାନ ପ୍ରବେଶ ଉପରେ କଡା କଟକଣା ଜାରି - ଭାରିଯାନ

ଟ୍ରାଫିକ ସମସ୍ୟାରୁ ସାମାନ୍ୟ ଆଶ୍ବସ୍ତି ପାଇଲେ ଜଗତସିଂହପୁରବାସୀ । ଇଟିଭି ଭାରତରେ ସହରର ଟ୍ରାଫିକ ସମସ୍ୟା ସମ୍ପର୍କରେ ଖବର ପ୍ରସାରଣ ହେବା ପରେ ସହରର ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଜଗତସିଂହପୁର
author img

By

Published : Jul 11, 2019, 10:18 PM IST

ଜଗତସିଂହପୁର: ଜିଲ୍ଲା ସଦର ମହକୁମାରେ ଟ୍ରାଫିକ ସମସ୍ୟାକୁ ନେଇ ଚିନ୍ତାରେ ଥିଲେ ସହରବାସୀ । ହେଲେ ଏନେଇ ଇଟିଭି ଭାରତରେ ପ୍ରଥମେ ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ଆଳିପିଙ୍ଗଳ ବାଲିଘାଟରୁ ବାଲି ଉଠାଣ କରି ଭାରିଯାନ ଗୁଡିକ ବ୍ଲକ ଛକ୍, ସହର ଭିତର ଜିଲ୍ଲାପାଳଙ୍କ ଅଫିସ ଦେଇ ପାରାଦୀପ, ନାଉଗାଁ, କଟକ ଆଦି ବିଭିନ୍ନ ସ୍ଥାନକୁ ଯାଉଥିଲା । ସେହିପରି ଜିଲ୍ଲାର ସୋମନାଥ ହାଟକୁ ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାର ଆଳୁଟ୍ରକ୍ ପଶ୍ଚିମବଙ୍ଗରୁ ଏବଂ ବିଭିନ୍ନ ଅଞ୍ଚଳରୁ ମାଲବାହୀ ଗାଡି ଯାତାୟତ କରୁଥିଲା । ଯଦ୍ବାରା ସହରରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବହୁ ଲୋକଙ୍କ ମୃତ୍ୟୁ ଘଟୁଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସହରର ଏହି ମୁଖ୍ୟ ସମସ୍ୟା ସମ୍ପର୍କରେ ଗତ ୩୦ ତାରିଖରେ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଏହା ପରେ ପ୍ରଶାସନ ପକ୍ଷରୁ ସହରର ମଧ୍ୟରେ ଭାରିଯାନ ଚଳାଚଳ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସହରର ପ୍ରବେଶ ପଥରେ ସୂଚନାଫଳକ ଲଗାଇବା ସହ ସକାଳ ୮ଟା ରୁ ଦିନ ୧୧ଟା ଏବଂ ଅପରାହ୍ନ ୩ଟାରୁ ରାତି ୮ ଟା ପର୍ଯ୍ୟନ୍ତ ସହର ମଧ୍ୟକୁ ଭାରିଯାନ ପ୍ରବେଶ ଉପରେ କଡା କଟକଣା ଜାରି କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Etv effect
Crypt by what's app Body:Jagatsinghpur Conclusion:Jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.