ETV Bharat / state

IOCL ସମ୍ମୁଖରେ ଏରସମା ଶ୍ରମିକ ସଂଘର କଳାପତାକା ପ୍ରଦର୍ଶନ - ଏରସମା ଶ୍ରମିକ ସଂଘର କଳାପତାକା ପ୍ରଦର୍ଶନ

ପାରାଦ୍ଵୀପ ତୈଳ ବିଶୋଧନାଗାର (IOCL) ସମ୍ମୁଖରେ ୧୦ ଦଫା ଦାବି ନେଇ କଳାପତାକା ପ୍ରଦର୍ଶନ କଲେ ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ଅଧିକ ପଢନ୍ତୁ...

IOCL ସମ୍ମୁଖରେ ୧୦ ଦଫା ଦାବି ନେଇ ଏରସମା ଶ୍ରମିକ ସଂଘର କଳାପତାକା ପ୍ରଦର୍ଶନ

author img

By

Published : Sep 1, 2021, 11:14 AM IST

ଜଗତସିଂହପୁର: ପାରାଦ୍ଵୀପ ତୈଳ ବିଶୋଧନାଗାର (IOCL) ସମ୍ମୁଖରେ ୧୦ ଦଫା ଦାବି ନେଇ କଳାପତାକା ପ୍ରଦର୍ଶନ କଲେ ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ତେବେ ଏହି ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ ରାଲିରେ ୧୫୦୦ରୁ ଊର୍ଦ୍ଧ୍ବ ଶ୍ରମିକ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । IOCL କର୍ତ୍ତୃପକ୍ଷ ଦୀର୍ଘଦିନ ହେଲା ଶ୍ରମିକମାନଙ୍କୁ ଅଣଦେଖା କରୁଥିବା ନେଇ ଶ୍ରମିକମାନେ ଏହି ବିରୋଧ କରିଛନ୍ତି ।

IOCL ସମ୍ମୁଖରେ ୧୦ ଦଫା ଦାବି ନେଇ ଏରସମା ଶ୍ରମିକ ସଂଘର କଳାପତାକା ପ୍ରଦର୍ଶନ

ଏହାସହ ପୁରୁଣା ଶ୍ରମିକମାନଙ୍କୁ ପୂର୍ଣ୍ଣ ଗେଟ୍ ପାସ ପ୍ରଦାନ, ପ୍ରତି ମାସର ୭ ତାରିଖ ମଧ୍ୟରେ ଦରମା, ଆଇଓସିଏଲ ଟାଉନସିପରେ ବିଶ୍ରାମଗାର, କୋରୋନାରେ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଆଇଓସିଏଲ ପରିସରରେ ଶ୍ରମିକମାନଙ୍କୁ କ୍ୟାଣ୍ଟିନର ସୁବିଧା, ମାଗଣା ଗାଡ଼ି ପାର୍କିଂର ସୁବିଧା ପ୍ରଭୁତି ୧୦ ଦଫା ଦାବି ପୂରଣ କରିବାକୁ ଦାବି କରାଯାଇଛି । ତୁରନ୍ତ ଏହି ଦାବି ପୂରଣ ନହେଲେ ସମସ୍ତ ଶ୍ରମିକ, ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ। ତେବେ ଏହି କଳାପତାକା ପ୍ରଦର୍ଶନରେ ସଂଘର ସଭାପତି ବାପି ସାର୍ଖେଲ, ସମ୍ପାଦକ ସମୀର ବିଶ୍ବାଳ ଓ ସଂଗଠନ ସମ୍ପାଦକ ସୁରେଶ କୁମାର ସାହୁ ପ୍ରମୁଖ ନେତୃତ୍ବ ନେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.