ଜଗତସିଂହପୁର: କୁଜଙ୍ଗ ବ୍ଲକ ପାରାଦୀପ ଗଡ ପଞ୍ଚାୟତରେ ନିର୍ବାଚନୀ ହିଂସା। ଆଜି ଅପରାହ୍ନରେ କୁଜଙ୍ଗ ବ୍ଲକ ୪ ନଂ ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କର ରୋଡ ସୋ ହେବା ପୂର୍ବରୁ ଦେଖା ଦେଇଥିଲା ଏଭଳି ହିଂସାକାଣ୍ଡ।
ପାରାଦୀପ ଗଡ ପଞ୍ଚାୟତ ଚକ୍ରଧରପୁର ଗଡା ଛକ ନିକଟରେ ରୋଡ ସୋ ପାଇଁ ଲୋକେ ଏକାଠି ହେଉଥିବାବେଳେ କେହି ଦୁବୃର୍ତ୍ତ ପୂର୍ବତନ ସରପଞ୍ଚ ମିହିର ରଞ୍ଜନ ସାହୁଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ମିହିରଙ୍କ ହାତ ଆଙ୍ଗୁଠିରେ ବାଜି କଟି ଯାଇଥିବା ବେଳେ ସେ ଅଳ୍ପକେ ବର୍ତି ଯାଇଥିଲେ।
ତେବେ ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ଏଭଳି ଘଟଣାକୁ ନେଇ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ଉପରେ ଦୋଷାରୋପ କରିଛନ୍ତି ସରପଞ୍ଚ। ଘଟଣାସ୍ଥଳରେ ଲକ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ