ETV Bharat / state

ଏରସମା ଓ ନାଉଗାଁରେ ନିର୍ବାଚନ ପ୍ରସ୍ତୁତି ଶେଷ, ଢ଼ିଙ୍କିଆରେ ହେବନି ନିର୍ବାଚନ

author img

By

Published : Feb 23, 2022, 10:27 PM IST

ଜଗତସିଂହପୁର ଜିଲ୍ଲାର ଏରସମା ଓ ନାଉଗାଁ ବ୍ଲକରେ ଏହି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ । ଯାହାକୁ ନେଇ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ

ଏରସମା ଓ ନାଉଗାଁରେ ନିର୍ବାଚନ ପ୍ରସ୍ତୁତି ଶେଷ, ଢ଼ିଙ୍କିଆରେ ହେବନି ନିର୍ବାଚନ
ଏରସମା ଓ ନାଉଗାଁରେ ନିର୍ବାଚନ ପ୍ରସ୍ତୁତି ଶେଷ, ଢ଼ିଙ୍କିଆରେ ହେବନି ନିର୍ବାଚନ

ଜଗତସିଂହପୁର: ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି(ଗୁରୁବାର) ଅନୁଷ୍ଠିତ ହେବାକୁ ଯାଉଛି । ଜିଲ୍ଲାର ଏରସମା ଓ ନାଉଗାଁ ବ୍ଲକରେ ଏହି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ । ଯାହାକୁ ନେଇ ପ୍ରସ୍ତୁତି ଶେଷ ହୋଇଛି । ଏରସମା ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ ସମେତ ୨୫ଟି ପଞ୍ଚାୟତର ୪୬୨ଟି ବୁଥରେ ମୋଟ ୧ ଲକ୍ଷ ୧୭ ହଜାର ୫୧୨ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏରସମା ବ୍ଲକରେ ୫୫ଟି ସମ୍ବେଦନଶୀଳ ଓ ୯୪ଟି ଅତି ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି ।

ଏହି ବ୍ଲକରେ ୪ଟି ଜିଲ୍ଲା ପରିଷଦ ଆସନ ପାଇଁ ୧୮ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାବେଳେ ସରପଞ୍ଚ ପଦବୀ ପାଇଁ ୯୫ ସମିତି ସଭ୍ୟ ପ୍ରାର୍ଥୀ ଭାବେ ୭୯ ଓ ୱାର୍ଡ ସଭ୍ୟ ଭାବରେ ୮୦୯ ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସୂଚନାଯୋଗ୍ୟ ଯେ, ଏରସମା ବ୍ଲକ ଢ଼ିଙ୍କିଆ ପଞ୍ଚାୟତରେ ନିର୍ବାଚନ ହେବନାହିଁ । ଏହାର କାର୍ଯ୍ୟକାଳ ୨୦୨୪ରେ ପୁରୁଥିବାରୁ ଢ଼ିଙ୍କିଆରେ ସରପଞ୍ଚ ଓ ୨୩ଟି ୱାର୍ଡମେମ୍ବର ପଦର ନିର୍ବାଚନ ହେବନାହିଁ । ସେହିପରି ନାଉଗାଁ ବ୍ଲକର ୨ ଜିଲ୍ଲା ପରିଷଦ ଆସନ ସମେତ ୧୬ଟି ପଞ୍ଚାୟତରେ ମତଦାନ କରାଯିବ । ଏଥିରେ ୭୦ ହଜାର ୬୦୪ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ମତଦାନ ପାଇଁ ୨୬୩ଟି ବୁଥ କରାଯାଇଥିବାବେଳେ ୭୮୯ ଜଣ ପୋଲିଂ ଅଧିକାରୀ ନିୟୋଜିତ ହେବେ । ନାଉଗାଁ ବ୍ଲକରେ ୨ଟି ଜିଲ୍ଲା ପରିଷଦ ଆସନ ପାଇଁ ୬ଜଣ ପ୍ରାର୍ଥୀ ଥିବାବେଳେ ୫୦ ଜଣ ସମିତି ସଭ୍ୟ, ୬୩ ଜଣ ସରପଞ୍ଚ ଓ ୪୪୫ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.