ETV Bharat / state

କୋଭିଡ କଟକଣାରେ ଜଗତସିଂହପୁରରେ ହେବ ଦୁର୍ଗାପୂଜା - ଦୁର୍ଗାପୂଜା

ଜଗତସିଂହପୁର ଜିଲ୍ଲାରେ ଚଳିତ ବର୍ଷ କୋଭିଡ କଟକଣାରେ ଦୁର୍ଗା ପୂଜା ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି । ମଙ୍ଗଳବାର ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ, ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ...

Jagatsinghpur
Jagatsinghpur
author img

By

Published : Sep 29, 2021, 7:07 AM IST

ଜଗତସିଂହପୁର: ଜିଲ୍ଲାରେ ଚଳିତ ବର୍ଷ କୋଭିଡ କଟକଣାରେ ଦୁର୍ଗା ପୂଜା ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି । ମଙ୍ଗଳବାର ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ, ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଗତସିଂହପୁର ସହରର ସମସ୍ତ ପୂଜା ମଣ୍ଡପର କର୍ମକର୍ତ୍ତା ଉପସ୍ଥିତ ରହି ଚଳିତ ବର୍ଷ ପୂଜାକୁ କିପରି ଶୃଙ୍ଖଳିତ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା । ପ୍ରଶାସନର ନିଷ୍ପତ୍ତି ଅନୁସାରେ ପ୍ରତ୍ୟେକ ପୂଜା ମଣ୍ଡପରେ ମୁଣ୍ମୟୀ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ କମ ରଖିବା ସହିତ ପୂଜା ମଣ୍ଡପର ତିନିପାଖ ବନ୍ଦ ରହିବ।

କୋଭିଡ କଟକଣାରେ ଜଗତସିଂହପୁରରେ ହେବ ଦୁର୍ଗାପୂଜା

ସେହିପରି ପୂଜା ମଣ୍ଡପରେ ଡାକବାଜି ଯନ୍ତ୍ର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବା ବେଳେ ପୂଜା ମଣ୍ଡପରେ ପୂଜକଙ୍କ ସମେତ 7ଜଣ ରହି ପୂଜା କରିବାକୁ କୁହାଯାଇଛି । ଅକ୍ଟୋବର 16 ତାରିଖ ଶନିବାର ଦିନ ସମସ୍ତ ପୂଜା କମିଟି ସହରରେ ହୋଇଥିବା ୪ଟି ଅସ୍ଥାୟୀ ପୋଖରୀରେ ଦିନ ୧୨ ଟା ଠାରୁ ଅପରାହ୍ନ ୪ଟା ମଧ୍ୟରେ ନିରାଡମ୍ବର ଭାବେ ବିସର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାକୁ ନେଇ ବିଭିନ୍ନ ପୂଜା କମିଟି ଅସନ୍ତୋଷ ବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନ ନିଜ ନିଷ୍ପତ୍ତି ପୁନଃବିଚାର କରୁ ବୋଲି ଦାବି କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.