ETV Bharat / state

Jagatsinghpur Murder: ଜଗତସିଂହପୁରରେ ଜଣକୁ କୁରାଢୀରେ ହାଣି ହତ୍ୟା

ଜଗତସିଂହପୁରରେ ଜଣକୁ କୁରାଢୀରେ ହାଣି ନିର୍ମମ ହତ୍ୟା । ଆକ୍ରମଣରେ ଆଉ ୨ ଜଣ ଗୁରୁତର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 8, 2023, 12:56 PM IST

ଜଗତସିଂହପୁରରେ ବୀଭତ୍ସ ହତ୍ୟାକାଣ୍ଡ
ଜଗତସିଂହପୁରରେ ବୀଭତ୍ସ ହତ୍ୟାକାଣ୍ଡ

ଜଗତସିଂହପୁର: ନିଶାସକ୍ତ ଯୁବକଙ୍କ ଜଘନ୍ୟ କାଣ୍ଡ । ମଦ ନିଶାରେ ରକ୍ତର ନଦୀ ବୁହାଇଲା ଯୁବକ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସାଇଲୋ ପଞ୍ଚାୟତ ଅନ୍ତର୍ଗତ ହିତରଣା ଗ୍ରାମରେ ଆଜି(ବୁଧବାର) ସକାଳେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗ୍ରାମର ବଟକୃଷ୍ଣ ବିଶ୍ୱାଳଙ୍କ ପୁଅ ସୁବାଷ ବିଶ୍ବାଳ ସେହି ଗ୍ରାମର ୫୫ ବର୍ଷୀୟ ବୟସ୍କ ବିନୋଦ ଦାସଙ୍କୁ ଗାଁ ଦାଣ୍ଡରେ କୁରାଢୀରେ ଅତର୍କିତ ଆକ୍ରମଣ କରି ହତ୍ୟା କରିଛି । ବିନୋଦଙ୍କ ମୁଣ୍ଡକୁ ହାଣିବା ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଅଭିଯୁକ୍ତ ଆଉ ୨ ଜଣଙ୍କ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ କରିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ।

ଏହାମଧ୍ୟ ପଢନ୍ତୁ: ରାଜଧାନୀରେ ସୀମା ଟପିଲା ବର୍ବରତା, ଦୁଷ୍କର୍ମ ପରେ 4ଵର୍ଷ ଶିଶୁକନ୍ୟାକୁ ଗଳାକାଟି ହତ୍ୟା !

ମିଳିଥିବା ସୂଚନା ଅନୁସାରେ, ଆଜି(ବୁଧବାର) ସକାଳ ୯ଟା ବେଳେ ଏହି ଘଟଣା ଘଟିଛି । ସୁବାଷ ବିଶ୍ବାଳ ବିନୋଦ ଦାସଙ୍କୁ ଆକ୍ରମଣ କରିବା ସମୟରେ ଏହା ଦେଖି ତା'ର ଭାଉଜ ଜାନକୀ ବିଶ୍ବାଳ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ସେ ନିଜ ଭାଉଜକୁ ମଧ୍ୟ ମାଡ଼ ମାରିଥିଲା । ଏଥିରେ ମହିଳାଙ୍କ ଅଣ୍ଟା ଓ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଏପରିକି ଗାଁର ବିଷ୍ଣୁ ଚରଣ ପଲେଇ ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ସୁବାଷ କୁରାଢୀରେ ଆକ୍ରମଣ କରିଥିଲା । ସମସ୍ତଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ବିନୋଦ ଦାସଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏବେ ଅନ୍ୟ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି ।

ଏହାମଧ୍ୟ ପଢନ୍ତୁ: ଗୋଠପାଟଣା ହତ୍ୟା ନେଇ ବଢୁଛି ରହସ୍ୟ, ବ୍ୟବସାୟୀକ ଶତ୍ରୁତା ନାଁ ଆଉ କିଛି ?

ଏହି ଖବର ପାଇବା ପରେ ତିର୍ତ୍ତୋଲ ପୋଲିସ ହିତରଣା ଗ୍ରାମରେ ପହଞ୍ଚି ଆକ୍ରମଣକାରୀ ଯୁବକକୁ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ୀକୁ ବି ଜବତ କରିଛି । ଏନେଇ ଏକ ମାମଲା ରୁଜୁ କରି ଅଧିକ ଛାନଭିନ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ସୁବାଷ ନାଁରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଛି । ସେ ଜଣେ ମଦ୍ୟପ ହୋଇଥିବା ଗ୍ରାମବାସୀ କହିଛନ୍ତି । ଏହି ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ନିଶାସକ୍ତ ଅବସ୍ଥାରେ ଯାହାଙ୍କୁ ହତ୍ୟା କରାଯାଇଛି ତାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.