ETV Bharat / state

ହିଟ ଆଣ୍ଡ ରନ୍ ଆଇନକୁ ବିରୋଧ, ପାରାଦ୍ୱୀପରେ ଡ୍ରାଇଭରଙ୍କ ପ୍ରତିବାଦ - ଡ୍ରାଇଭରଙ୍କ ବିକ୍ଷୋଭ

Drivers association stage protest: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲା ଡ୍ରାଇଭର ସଂଘ । ପାରାଦ୍ୱୀପ ଠାରେ ଡ୍ରାଇଭରଙ୍କ ବିକ୍ଷୋଭ । ହିଟ ଆଣ୍ଡ୍ ରନ୍ ଆଇନକୁ ପ୍ରତ୍ୟାହାର ଦାବି । ଅଧିକ ପଢନ୍ତୁ

ହିଟ ଆଣ୍ଡ୍ ରନ୍ ଆଇନକୁ ବିରୋଧ ,ପାରାଦ୍ୱୀପରେ ଡ୍ରାଇଭରଙ୍କ ପ୍ରତିବାଦ

author img

By ETV Bharat Odisha Team

Published : Jan 7, 2024, 8:19 AM IST

ହିଟ ଆଣ୍ଡ୍ ରନ୍ ଆଇନକୁ ବିରୋଧ ,ପାରାଦ୍ୱୀପରେ ଡ୍ରାଇଭରଙ୍କ ପ୍ରତିବାଦ

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପଠାରେ ତୈଳ ବିଶୋଧନାଗାର ସମ୍ମୁଖରେ ତୈଳ ଟ୍ୟାଙ୍କରଗୁଡିକ ରଖି ଡ୍ରାଇଭରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତକାଲି(ଶନିବାର) ଦୁଇ ଘଣ୍ଟା ଧରି ତୈଳ ବିଶୋଧନାଗାର ଆଗରେ ତୈଳ ପରିବହନ କରୁଥିବା ସମସ୍ତ ଟ୍ୟାଙ୍କରକୁ ରଖି କେନ୍ଦ୍ର ସରକାର ଆଣିଥିବା ଆଇନକୁ ଦୃଢ଼ ଭାବେ ବିରୋଧ କରାଯାଇଛି । ଡ୍ରାଇଭର ସଂଘ ଅଭିଯୋଗ କରିଛି ଯେ, ପୂର୍ବରୁ ଯେଉଁ ଆଇନ ଥିଲା ତାହା ଠିକ ଥିଲା । କେନ୍ଦ୍ର ସରକାର ଯେଉଁ ନୂଆ ଆଇନ ପ୍ରଣୟନ କରିଛନ୍ତି, ସେଥିରେ ଡ୍ରାଇଭରଙ୍କ ପ୍ରତି ଅନ୍ୟାୟ କରାଯାଇଛି ।

କେନ୍ଦ୍ର ସରକାରଙ୍କ ନୂଆ ଆଇନ ଅନୁସାରେ ଯଦି ଜଣେ ଡ୍ରାଇଭର ହିଟ ଆଣ୍ଡ୍ ରନ୍ ବା ଉଦ୍ଦେଶ୍ୟମୂଳକ ଭାବରେ ଦୁର୍ଘଟଣା ଘଟାନ୍ତି, ତେବେ ତାଙ୍କୁ ନୂଆ ଆଇନ 104( 1) ଓ 104 (2)ଅନୁସାରେ 7 ଲକ୍ଷ ଟଙ୍କା ଜରିମାନା ସାଙ୍ଗକୁ 10 ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ । ଯାହାକୁ ଡ୍ରାଇଭର ସଂଘ ତୀବ୍ର ବିରୋଧ କରିଛି । ପୁରୁଣା ଆଇନ ଅନୁଯାୟୀ ଯଦି ଜଣେ ଡ୍ରାଇଭର ଦୁର୍ଘଟଣା ଘଟାଇଥିବା ପ୍ରମାଣ ମିଳେ ତେବେ ତାଙ୍କୁ ଧାରା 279 (ଦାୟିତ୍ୱ ହୀନ ହୋଇ ଗାଡି ଚଳାଇବା) ଓ 304(A) ଅନୁଯାୟୀ ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିବାର ବିଧାନ ରହିଥିଲା । ଏହାକୁ କେନ୍ଦ୍ର ସରକାର ଉଚ୍ଛେଦ କରି ନୂଆ ଆଇନ ଆଣିବା ପରେ ସମଗ୍ର ଦେଶରେ ଏହାକୁ ଡ୍ରାଇଭର ସଂଘଗୁଡିକ ବିରୋଧ କରୁଛନ୍ତି ।

ଟ୍ରକ ଚାଳକଙ୍କ କହିବା କଥା ହେଲା, ଅନେକ ସମୟରେ ଛୋଟ ଗାଡିଗୁଡିକ ଆସି ଟ୍ରକକୁ ଧକ୍କା ଦେଇଥାନ୍ତି । ବେଳେବେଳେ ପାଗ ଖରାପ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିଥାଏ । ଯଦି ଏହିଭଳି କଡା ଆଇନ ପ୍ରଣୟନ କରାଯିବ, ତାହାଲେ ଡ୍ରାଇଭରମାନେ ଷ୍ଟିୟରିଂ ଛାଡିବାକୁ ବାଧ୍ୟ ହେବେ । ଭୁଲବଶତଃ ଯଦି ଦୁର୍ଘଟଣା ହୁଏ ତେବେ ଜଣେ ଡ୍ରାଇଭରକୁ ୧୦ ବର୍ଷ ଜେଲ ଯିବାକୁ ପଡ଼ିବ । ତାହା ସହିତ ୭ ଲକ୍ଷ ଟଙ୍କା ଜରିମାନା ।ଜଣେ ଡ୍ରାଇଭର ପାଖରେ ୭ ଲକ୍ଷ ଟଙ୍କା ଆସିବ କେଉଁଠୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଖୋର୍ଦ୍ଧାରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଣିଥିବା ନୂଆ ଆଇନ ଅନୁଯାୟୀ ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଯାଇପାରିବେ ନାହିଁ । ଯଦି ଦୁର୍ଘଟଣାସ୍ଥଳରୁ ଡ୍ରାଇଭର ସ୍ଥାନୀୟ ପୋଲିସ କିମ୍ବା ମାଜିଷ୍ଟ୍ରେଟଙ୍କ ବିନା ଅନୁମତିରେ ଯାଆନ୍ତି ତାହେଲେ ତାଙ୍କୁ ଅଧିକ ମାସ ଜେଲ୍ ସହିତ ଜରିମାନା ଗଣିବାକୁ ପଡିବ । ଯାହାକୁ ଜୋରଦାର ବିରୋଧ କରାଯାଇଛି । ଦୁର୍ଘଟଣା ଘଟିବା ପରେ ଯଦି ଜଣେ ଡ୍ରାଇଭର ସେଠାରେ ରୁହେ, ତେବେ ସାଧାରଣ ଲୋକେ ଡ୍ରାଇଭରକୁ ଆକ୍ରମଣ କରିବାର ସମ୍ଭାବନା ରହିଛି । ତେଣୁ କେନ୍ଦ୍ର ସରକାର ତୁରନ୍ତ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଡ୍ରାଇଭର ସଂଘ ଦାବି କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.