ETV Bharat / state

ଦେବଦୂତ ସାଜିଲେ ଡାକ୍ତର, ଦୁର୍ଘଟଣାଗ୍ରସ୍ତ କାରରୁ ୧୪ ଦିନର ଶିଶୁକୁ ଉଦ୍ଧାର କଲେ - ଦୁର୍ଘଟଣାଗ୍ରସ୍ତ କାରରୁ ଶିଶୁକୁ ଉଦ୍ଧାର କଲେ ଡାକ୍ତର

ଦୁର୍ଘଟଣାଗ୍ରସ୍ତ କାରରୁ ୧୪ ଦିନର ଶିଶୁକୁ ଉଦ୍ଧାର କରି ଚିକିତ୍ସା ଯୋଗାଇଲେ ଡାକ୍ତର ସ୍ମୃତି ରଞ୍ଜନ ମହାପାତ୍ର । ଅଧିକ ପଢ଼ନ୍ତୁ

baby rescued from crashed car in jagatsinghpur
ଦୁର୍ଘଟଣାଗ୍ରସ୍ତ କାରରୁ ଶିଶୁକୁ ଉଦ୍ଧାର କଲେ ଡାକ୍ତର
author img

By

Published : Apr 14, 2023, 10:19 PM IST

ଦୁର୍ଘଟଣାଗ୍ରସ୍ତ କାରରୁ ୧୪ ଦିନର ଶିଶୁକୁ ଉଦ୍ଧାର କଲେ

ପାରାଦ୍ବୀପ: ଦେବଦୂତ ସାଜିଲେ ଡାକ୍ତର । ଦୁର୍ଘଟଣାଗ୍ରସ୍ତ କାରରୁ ୧୪ ଦିନର ଶିଶୁକୁ ଉଦ୍ଧାର କରି ନିଜେ ଚିକିତ୍ସା କଲେ । ଜଗତସିଂହପୁର ଜିଲ୍ଲା ଚୈଧୁରୀ ଗଡାରେ ଦୁର୍ଘଟଣା ଗ୍ରସ୍ତ କାରରୁ ଆହାତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଡାକ୍ତର ଜଣକ ହେଉଛନ୍ତି ଭୁତମୁଣ୍ଡାଇର ସ୍ମୃତି ରଞ୍ଜନ ମହାପାତ୍ର ।

ମିଳିଥିବା ଖବର ଅନୁଯାୟୀ, ସକାଳ ୯ଟା ସମୟରେ କଟକ ଆଡୁ ଆସୁଥିବା ଏକ କାରଟି କଟକ-ପାରାଦ୍ବୀପ ରାସ୍ତାର ଚୈଧୁରୀ ଗଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଖସି ପଡିଥିଲା । କାର ଭିତରେ ତିନିଜଣ ମହିଳା ଓ ଜଣେ ପୁରୁଷ ସମେତ ୧୦ବର୍ଷର ପୁଅ ଓ ୧୪ ଦିନର ଶିଶୁ ଥିଲେ । ଦୁର୍ଘଟଣାଗ୍ରସ୍ତ କାର ଭିତରେ ସମସ୍ତେ ଫସିରହିଥିଲେ । ଛୋଟ ଶିଶୁଟି କାନ୍ଦୁଥିବା ଶୁଣି ସେହି ରାସ୍ତା ଦେଇ ଯାଉଥିବା ଡାକ୍ତର ସ୍ମୃତି ରଞ୍ଜନ ଧାଇଁ ଆସିଥିଲେ। ଆଉ ଛୋଟ ଶିଶୁକୁ ଉଦ୍ଧାର କରିଥିଲେ। ଲକଥାନା ଅଧିନସ୍ଥ ଭୁତମଣ୍ଡାଇ ଅଞ୍ଚଳର ଜଣାଶୁଣା ଡାକ୍ତର ସ୍ମୃତି ରଞ୍ଜନ ମହାପାତ୍ର ସେହି ରାସ୍ତାଦେଇ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଜଗସିଂହପୁର ଯାଉଥିବା ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୃଷ୍ଟି ଗୋଚର ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ତାଳପତ୍ର ଖୋଦେଇ କଳାକୁ ବଞ୍ଚାଇ ରଖିବାକୁ ପ୍ରୟାସ, ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି ଦମ୍ପତି

ଡାକ୍ତର ମହାପାତ୍ର ନିଜର କାର୍ଯ୍ୟକୁ ପଛରେ ପକାଇ ଦେବଦୂତ ସାଜି କାର ଭିତରେ ଫସି ରହିଥିବା ଆହତମାନଙ୍କୁ ଉଦ୍ଧାର କରିବା ସହିତ ନିଜ ଗାଡିରେ ନେଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିମାନଙ୍କୁ ପାରାଦ୍ୱୀପ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଇଥିଲା । ଏହି ଡାକ୍ତର ସ୍ମୃତି ରଞ୍ଜନ ମହାପାତ୍ରଙ୍କ ମହାନ ମାନବିକତା ପାଇଁ ସମସ୍ତେ ପ୍ରଂଶସା କରିଛନ୍ତି । ଗତ ସପ୍ତାହରେ ଡାକ୍ତର ସ୍ମୁତି ରଞ୍ଜନ ମହାପାତ୍ର ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଯିବା ସମୟରେ ଜଣେ ବ୍ୟକ୍ତି ବସି କାନ୍ଦୁଥିବାର ଦେଖିଥିଲେ । କଣ ହୋଇଛି ବୋଲି ପଚାରିବାରେ ଜଣା ପଡିଲା ଯେ, ସେହି ବ୍ୟକ୍ତିଙ୍କ ଜଣେ ସମ୍ପର୍କୀୟ ଅପରେସନର ଆବଶ୍ୟକତା ରହିଛି, ସେଥିପାଇଁ ରକ୍ତର ଆବଶ୍ୟକତା ରହିଛି । ତେବେ ରକ୍ତ ଭଣ୍ଡାରରେ ଏ ବ୍ଲଡ଼ ଗ୍ରୁପର ରକ୍ତ ନ ମିଳିବାରୁ ଅପରେସନ ହୋଇ ପାରିନାହିଁ । ଏହା ଜାଣିବା ପରେ ସ୍ମୁତି ରଞ୍ଜନ ନିଜେ ରକ୍ତ ଦେଇ ଚର୍ଚ୍ଚାକୁ ଆସିଥିଲେ । ଆଜିର ଏହି ମାନବିକତାର କାର୍ଯ୍ୟକୁ ନେଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.