ETV Bharat / state

ଜଗତସିଂହପୁରରେ ଜାନୁଆରୀ 5ରୁ ଧାନ ସଂଗ୍ରହ ଆରମ୍ଭ - ଜାନୁଆରୀ ୧୨ରୁ ଧାନ ସଂଗ୍ରହ କରାଯିବ

ଜଗତସିଂହପୁର ଜିଲ୍ଲାରେ ଜାନୁଆରୀ 5ରୁ ପ୍ରଶାସନ ପକ୍ଷରୁ ଧାନ ସଂଗ୍ରହ କରାଯିବ । ଚଳିତ ବର୍ଷ ୯୯.୨୩ ପ୍ରତିଶତ ଖରିଫ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ । ଅଧିକ ପଢନ୍ତୁ

ଜଗତସିଂହପୁରରେ ଜାନୁଆରୀ ୧୨ରୁ ଧାନ କିଣା ଆରମ୍ଭ

author img

By ETV Bharat Odisha Team

Published : Nov 21, 2023, 10:40 AM IST

ଜଗତସିଂହପୁରରେ ଜାନୁଆରୀ ୧୨ରୁ ଧାନ କିଣା ଆରମ୍ଭ

ଜଗତସିଂହପୁର: ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ୯୯.୨୩ ପ୍ରତିଶତ ଖରିଫ ଋତୁ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । ସୋମବାର ସନ୍ଧ୍ୟାରେ ଏହାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଜିଲ୍ଲାପାଳ ପାରୁଲ ପଟୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କିଭଳି ସୁଚାର ରୂପେ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ କରାଯାଇପାରିବ ସେନେଇ ଆଲୋଚନା ହୋଇଛି । ଧାନ ସଂଗ୍ରହ କାର୍ଯ୍ୟ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଯୋଗ ଦେଇ କହିଛନ୍ତି, "ଗତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଚାଷୀମାନଙ୍କ ଠାରୁ ପ୍ରାୟ ୯୯ ପ୍ରତିଶତ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ପ୍ରଶାସନ ୯୯ ପ୍ରତିଶତରୁ ଅଧିକ ଧାନ ସଂଗ୍ରହ କରିବ ।" ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ କହିଛନ୍ତି, "ଧାନ ସଂଗ୍ରହ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସାମିଲ କଲେ ଚାଷୀମାନଙ୍କ କ୍ଷେତ୍ରରେ ସୁବିଧା ହୋଇ ପାରିବ ।"

ସେପଟେ ଜିଲ୍ଲାପାଳ କହିଛନ୍ତି ଯେ, ପ୍ରତିବର୍ଷ ଜାନୁଆରୀ ମାସ ୫ ତାରିଖ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଚାଷୀମାନଙ୍କ ଠାରୁ ଧାନକିଣା ସୁବ୍ୟବସ୍ଥିତ, ସ୍ବଚ୍ଛ ଓ ସହଜ ଭାବରେ କରାଯିବ । ଏ ବର୍ଷ କୁଜଙ୍ଗ, ରଘୁନାଥପୁର ଓ ବିରିଡି ବ୍ଲକରେ ଜାନୁଆରୀ ୫ ତାରିଖରେ ଧାନ ସଂଗ୍ରହ କରାଯିବାକୁ ଥିବାବେଳେ ଜଗତସିଂହପୁର, ବାଲିକୁଦା, ନାଉଗାଁ ଓ ଏରସମା ବ୍ଲକରେ ଜାନୁଆରୀ ୧୨ ତାରିଖରେ ପ୍ରଶାସନ ପକ୍ଷରୁ ଧାନ ସଂଗ୍ରହ କରାଯିବା ନେଇ ଧାର୍ଯ୍ୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

ସେହିପରି ସପ୍ତାହରେ ସବୁଦିନ ଚାଷୀମାନେ ଧାନ ମଣ୍ଡିରେ ଦେଇପାରିବେ । ଚଳିତ ବର୍ଷ ମୋଟ ୧୨ ଲକ୍ଷ ୬୩ ହଜାର ୨୩୫ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ସାଧାରଣ F.A.Q ଧାନର ମୂଲ୍ୟ କ୍ବିଣ୍ଟାଲ ପିଛା ୨୧୮୩ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ଼-ଏ ଧାନ କ୍ବିଣ୍ଟାଲ ପ୍ରତି ୨୧୮୩ ଟଙ୍କା ରଖାଯାଇଛି । ଜିଲ୍ଲାର ମୋଟ ୧୦୫ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ କରାଯିବ । ଚଳିତ ବର୍ଷ ଜିଲ୍ଲାରୁ ମୋଟ ୫୦ହଜାର ୫୨ ଜଣ ଚାଷୀ ଧାନ ବିକ୍ରି କରିବା ନିମନ୍ତେ ପଞ୍ଜିକୃତ କରିଛନ୍ତି । ଜଣେ ପଞ୍ଜିକୃତ ଚାଷୀ 1967 ନମ୍ବରକୁ ଫୋନ କଲେ ସେ ନିଜ ଟୋକନର ଷ୍ଟାଟସ, ଜମିର ପରିମାଣ ଓ ପେମେଣ୍ଟ ବାବଦରେ ଜାଣିପାରିବେ । ଜିଲ୍ଲାରେ ମୋଟ ୯ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଧାନ ସଂଗ୍ରହ କ୍ଷେତ୍ରରେ ନିୟୋଜିତ କରାଯିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.