ETV Bharat / state

ଜିଲ୍ଲାସ୍ତରୀୟ ଶ୍ରମିକ ସପ୍ତାହ ଉତ୍ସବ ଅନୁଷ୍ଠିତ

author img

By

Published : Mar 7, 2020, 11:25 PM IST

ଜିଲ୍ଲାସ୍ତରୀୟ ଶ୍ରମିକ ସପ୍ତାହ ଉତ୍ସବ ଶନିବାର ସ୍ଥାନିୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ....

ଜିଲ୍ଲାସ୍ତରୀୟ ଶ୍ରମିକ ସପ୍ତାହ ଉତ୍ସବ ଅନୁଷ୍ଠିତ
ଜିଲ୍ଲାସ୍ତରୀୟ ଶ୍ରମିକ ସପ୍ତାହ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର: ଜିଲ୍ଲାରେ ଜିଲ୍ଲାସ୍ତରୀୟ ଶ୍ରମିକ ସପ୍ତାହ ଉତ୍ସବ ଶନିବାର ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଏବେ ୨ ଲକ୍ଷରୁ ଅଧିକ ନିର୍ମଣ ଶ୍ରମିକ ଥିବାବେଳେ ଏମାନଙ୍କ ମଧ୍ୟରୁ ୫୫ ହଜାର ନିର୍ମାଣ ଶ୍ରମିକଙ୍କୁ ପଞିକୃତ କରାଯାଇଛି।

ସେମାନଙ୍କ ମଧ୍ୟରୁ ୩୦ ହଜାର ଶ୍ରମିକଙ୍କୁ ନିଜର ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ମୋଟ ୨୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଶ୍ରମ ଆଇନ ଅନୁସାରେ, ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁକାଳୀନ ସହାୟତା ପାଇଁ ୨ ଲକ୍ଷ, ଦୁର୍ଘଟଣା ଜନିତ ମୃତ୍ୟୁପାଇଁ ୪ ଲକ୍ଷ ଓ ଅନ୍ତ୍ୟେଷ୍ଟି କ୍ରିୟାପାଇଁ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ଅଣ ସଂଘଟିତ ଶ୍ରମିକଙ୍କ ପାଇଁ ବିନାମୂଲ୍ୟରେ ପଞିକୃତ କରାଯାଉଥିବାବେଳେ ସଙ୍ଗଠିତ ଶ୍ରମିକଙ୍କ ପାଇଁ ୨୦ ଟଙ୍କା ଦେବାକୁ ପଡୁଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ସାସଂଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲୀ ଯୋଗଦେଇ ୪୪ ଜଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.