ଜଗତସିଂହପୁର: ୟୁନିଟ ପିଛା 30 ପଇସା ବଢିଛି ବିଦ୍ୟୁତ ଶୁକ୍ଳ । ଏ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟୁତ ଦରର ଏପରି ବୃଦ୍ଧିକୁ ଜଗତସିଂହପୁର ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ସଙ୍ଘ ପକ୍ଷରୁ ବିରୋଧ କରାଯାଇଛି ।
କମ୍ପାନୀକୁ ଲାଭବାନ କରାଇବାକୁ ରାଜ୍ୟ ସରକାର ଏ ପରି ନିଷ୍ପତ୍ତି ନେଇଛନ୍ତି । କୋରୋନା କାଳରେ ଏପରି ବିଦ୍ୟୁତ ଦରକୁ ବୃଦ୍ଧି କରିବା ସରକାରଙ୍କ ଏହି ଉଦ୍ୟମ ଜନମାରଣା ନୀତି ବୋଲି କହିଛି ଉପଭୋକ୍ତା ସଂଘ । ଓଡିଶାରେ ବିଦ୍ୟୁତ ଦର ବୃଦ୍ଧିରେ ସାଧାରଣ ଲୋକ ଶୋଷିତ ହେଉଛନ୍ତି ବୋଲି କହିଛି ସଂଘ ।
ସରକାର କମ୍ପାନୀକୁ ଲାଭବାନ କରିବା ପାଇଁ ଗତବର୍ଷ ବିଦ୍ୟୁତ ୟୁନିଟ ପିଛା 20 ପାଇସା ବୃଦ୍ଧି ପାଇଥିଲା । ଚଳିତ ବର୍ଷ ଏହା ପୁଣି 30 ପାଇସା ବଢାଇଛନ୍ତି ସରକାର । ଯାହା ଲୋକଙ୍କ ଉପରେ ବେଡି ଉପରେ କୋରଡା ମାଡ ସଦୃଶ । ସରକାର ବିଦ୍ୟୁତ ଉତ୍ପାଦନର ଭିତ୍ତିଭୂମିର ବିକାଶ ନ କରି ବିଦ୍ୟୁତ ବିତରଣ କମ୍ପାନୀକୁ ଲାଭ ଦେବାକୁ ଯାଇ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି କହିଛି ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ମହାସଂଘର ସମ୍ପାଦକ ଭଞ୍ଜ କିଶୋର ରଥ । ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗକୁ ଆନନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସଂଙ୍ଘ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ