ETV Bharat / state

ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ବିଷାକ୍ତ ଗ୍ୟାସ ଚିନ୍ତା, ବସିଲା ଉଚ୍ଚସ୍ତରୀୟ ବୈଠକ

author img

By

Published : May 11, 2022, 8:29 AM IST

ଜଗତସିଂହପୁର ଜିଲ୍ଲାରେ ଥିବା ଶିଳ୍ପାନୁଷ୍ଠାନଗୁଡିକରେ ବ୍ୟବହୃତ ହେଉଛି ଅତି ମାରାତ୍ମକ ଗ୍ୟାସ । ଚିନ୍ତା ପ୍ରକଟ କଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ବିଷାକ୍ତ ଗ୍ୟାସ ଚିନ୍ତା, ବସିଲା ଉଚ୍ଚସ୍ତରୀୟ ବୈଠକ
ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ବିଷାକ୍ତ ଗ୍ୟାସ ଚିନ୍ତା, ବସିଲା ଉଚ୍ଚସ୍ତରୀୟ ବୈଠକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଘାରିଛି ବିଷାକ୍ତ ଆମୋନିଆ ଗ୍ୟାସ ଚିନ୍ତା । ଯାହାକୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଜଗତସିଂହପୁର ଜିଲ୍ଲାରେ ମୋଟ 9ଟି ଶିଳ୍ପାନୁଷ୍ଠାନରେ ଆମୋନିଆ ଭଳି ଅତି ମାରାତ୍ମକ ଗ୍ୟାସ ବ୍ୟବହାର କରାଯାଉଥିବା ବେଳେ ଦୁଇଟି ଶିଳ୍ପାନୁଷ୍ଠାନରେ ଆମୋନିଆ ଓ କ୍ଲୋରିନ ଭଳି ବିଷାକ୍ତ ଗ୍ୟାସର ବ୍ୟବହାର କରାଯାଉଛି । ଏପରିକି ସଡକପଥ ଓ ରେଳପଥ ଦେଇ ମଧ୍ୟ ଏହି ମାରାତ୍ମକ ଗ୍ୟାସ ପରିବହନ କରାଯାଉଛି । ଜଗତସିଂହପୁର ଜିଲ୍ଲା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ହୋଇଥିବାରୁ ଏଠାରେ ଏହି ବିଷାକ୍ତ ଗ୍ୟାସ ବ୍ୟବହାରକୁ ନେଇ ଚିନ୍ତିତ ହୋଇ ପଡିଛି ଜିଲ୍ଲା ପ୍ରଶାସନ ।

ବିଷାକ୍ତ ଗ୍ୟାସ ବ୍ୟବହାରକାରୀ 9ଟି ଶିଳ୍ପ ସଂସ୍ଥା ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଜିଲ୍ଲାପାଳ ପାରୁଲ ପଟୱାରୀ । ପାରାଦ୍ୱୀପରେ ଏକ ଅଗ୍ନିଶମ ୟୁନିଟ ଖୋଲିବା ସହ ଅଫ ସାଇଟ ଏମରଜେନ୍ସି ପ୍ଲାନ ପ୍ରସ୍ତୁତ କରିବା ଓ ନିରବଚ୍ଛିନ୍ନ ଭାବେ ରାସାୟନିକ ଦୁର୍ଘଟଣା ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତ ଶିଳ୍ପ ସଂସ୍ଥାମାନଙ୍କୁ ନିବେଦନ କରିଥିଲେ । ଏହି ବୈଠକରେ ଭୋପାଳ DIMର ଅତିରିକ୍ତ ନିର୍ଦ୍ଦେଶକ ଡ. ଅସିତ କୁମାର ପାତ୍ର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅତିରିକ୍ତ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇ, ଉପଜିଲ୍ଲାପାଳ ପାରାଦ୍ୱୀପ କାହ୍ନୁ ଚରଣ ଧୀର ଓ ପାରାଦୀପ ସ୍ଥିତ ସମସ୍ତ ଶିଳ୍ପ ସଂସ୍ଥାର କର୍ମକର୍ତ୍ତା ଯୋଗ ଦେଇଥିଲେ ।ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.