ETV Bharat / state

ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ସାରଦା ମଣ୍ଡପଠାରେ ଜିଲ୍ଲା ବିଜେପି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
author img

By

Published : Mar 21, 2021, 10:47 AM IST

ଜଗତସିଂହପୁର: ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ଶାରଦା ମଣ୍ଡପଠାରେ ଜିଲ୍ଲା ବିଜେପି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଆଗକୁ ଆସୁଥିବା ନିର୍ବାଚନରେ କିପରି ସଫଳ ଭାବରେ ଉତୀର୍ଣ୍ଣ ହେବାପାଇଁ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟା ଅନିତା ପ୍ରିୟଦର୍ଶନୀ ।

ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲାରେ ବିଜେପି କ୍ଷମତା ହାସଲ କରିବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ବିଜେପି ମୁଖପାତ୍ର ତଥା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରି ସାରିଛି । ଜିଲ୍ଲାର ପ୍ରତ୍ୟେକ ବୁଥ ସ୍ତରରେ କିପରି ସଂଗଠନକୁ ମଜବୁତ କରାଯାଇ ପାରିବ ସେ ନେଇ ବୈଠକରେ କର୍ମୀମାନଙ୍କୁ କର୍ଣ୍ଣମନ୍ତ୍ର ଦିଆଯାଇଛି ।

ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ 8ଟି ଯାକ ବ୍ଲକ ସଭାପତିଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଛନ୍ତି । ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଅଦକ୍ଷତା କରିଥିବାବେଳେ ବିଜେପି ମୁଖପାତ୍ର ତଥା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଯୋଗଦେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.