ETV Bharat / state

ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଆନ୍ଦୋଳନ ଚେତାବନୀ ଦେଲା ଯୁବ କଂଗ୍ରେସ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତକୁ ନେଇ ତିର୍ତ୍ତୋଲ ଯୁବ କଂଗ୍ରେସ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଆଗାମୀ ଦିନରେ ଯଦି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ ନକରା ଯାଏ । ତାହାଲେ ତିର୍ତ୍ତୋଲ ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ

ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଆନ୍ଦୋଳନ ଚେତାବନୀ ଦେଲା ଯୁବ କଂଗ୍ରେସ
ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଆନ୍ଦୋଳନ ଚେତାବନୀ ଦେଲା ଯୁବ କଂଗ୍ରେସ
author img

By ETV Bharat Odisha Team

Published : Sep 1, 2023, 10:30 PM IST

ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଆନ୍ଦୋଳନ ଚେତାବନୀ ଦେଲା ଯୁବ କଂଗ୍ରେସ

ଜଗତସିଂହପୁର : ସାରା ରାଜ୍ୟରେ ବର୍ତ୍ତମାନ ସ୍ବାସ୍ଥ୍ୟସେବା ବିପର୍ଯ୍ଯସ୍ତ ହୋଇ ପଡିଛି । କେଉଁଠାରେ ଡାକ୍ତର ନାହାଁନ୍ତି ତ ଅନ୍ଯ କେଉଁଠାରେ ରୋଗୀକୁ ମିଳୁନାହିଁ ଉତ୍ତମ ସ୍ବାସ୍ଥ୍ୟସେବା । ଏଭଳି ଏକ ଅଭିଯୋଗ ଅସିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରୁ । ତିର୍ତ୍ତୋଲ ଯୁବ କଂଗ୍ରେସ ପକ୍ଷରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତକୁ ନେଇ ଉଦ୍‌ବେଗ ପ୍ରକାଶ କରାଯିବା ସହ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଯଦି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି ତିର୍ତ୍ତୋଲ ଯୁବ କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ...ଶ୍ରୀକ୍ଷେତ୍ରରେ କାୟା ମେଲାଉଛି ଡେଙ୍ଗୁ, ୨୮୫ ରୋଗୀ ଚିହ୍ନଟ

ଆଜି ମଣିଜଙ୍ଗା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ଯୁବ କଂଗ୍ରେସ ସଭାପତି ସଫି ଆଜମ ଅଭିଯୋଗ କରି କହିଛନ୍ତି,"ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଲକ୍ଷାଧିକ ଲୋକ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି । କିନ୍ତୁ ଦୀର୍ଘ ଦିନ ଧରି ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚରମ ଅବହେଳା କରାଯାଉଛି ।" ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା କରାନଯାଇ ଫେରାଇ ଦିଆଯାଉଥିବା ଭଳି ସଂଗୀନ ଅଭିଯୋଗ କରିଛି ଯୁବ କଂଗ୍ରେସ ।

ପ୍ରସୂତିଙ୍କୁ ପ୍ରସବ କରାଇବା ପାଇଁ ଲାଞ୍ଚ ମଗା ଯାଉଥିବା ବେଳେ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ବାବଦରେ ମଧ୍ୟ ଅର୍ଥ ଆଦାୟ କରାଯାଉଛି । ନିଜେ ମେଡ଼ିକାଲ ଅଫିସର ମେଡ଼ିକାଲରେ ରୋଗୀ ନଦେଖି ମଣିଜଙ୍ଗା ବଜାରରେ ଥିବା ଏକ ଘରୋଇ କ୍ଲିନିକରେ ରୋଗୀ ଦେଖୁଥିବା ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ନର୍ସମାନେ ଇଂଜେକ୍ସନ ଦେବାକୁ ଅମଙ୍ଗ ହେଉଛନ୍ତି ।

ସାପ କାମୁଡ଼ା ରୋଗୀଙ୍କ କ୍ଷେତ୍ରରେ ରକ୍ତ ପରୀକ୍ଷା ଓ ଟେଷ୍ଟ ଟ୍ୟୁବ୍‌ଟିଏ ମଧ୍ୟ ଏଠାରେ ଦିଆଯାଉ ନାହିଁ । ଏହାର ଅଭାବରେ ସାପ କାମୁଡ଼ା ରୋଗୀଙ୍କ ଟେଷ୍ଟ ସିରିଂଜରେ କରାଯାଉଛି । ବିଳମ୍ବିତ ରାତ୍ରରେ ଯଦି ଜଣେ ରୋଗୀ ଏହି ଚିକିତ୍ସାଲୟକୁ ଆସୁଛି ତେବେ ତାଙ୍କୁ ଚିକିତ୍ସା ନକରାଯାଇ ଫେରାଇ ଦିଆଯାଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଯଦି ଅଗାମୀ ଦିନରେ ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ପ୍ରତିକାର କରାନଯାଏ । ତେବେ ଆଗାମୀ ଦିନରେ ତିର୍ତ୍ତୋଲ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.