ETV Bharat / state

ଆଗକୁ ଚନ୍ଦ୍ର ଗ୍ରହଣ, ହେତୁବାଦୀଙ୍କୁ ସନ୍ଥ ସମାଜର ଚେତାବନୀ

ସୂର୍ଯ୍ୟ ପରାଗ ସମୟରେ ସାମୁହିକ ସ୍ଥାନରେ ଚିକେନ ବିରିୟାନୀ ଖାଇବାକୁ ନେଇ ଟାର୍ଗେଟରେ ହେତୁବାଦୀ । ଆଗାମୀ ଚନ୍ଦ୍ର ଗ୍ରହଣରେ ଏଭଳି ଘଟଣାର ପୁନରାବୃତ୍ତି ହେଲେ ହେତୁବାଦୀଙ୍କୁ ଉଚ୍ଚିତ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଜଗତସିଂହପୁର ପଞ୍ଚସଖା ଧ୍ୟାନକୁଦ ଜଗନ୍ନାଥ ମନ୍ଦିର ପିଠାଧୀଶ ବାବା ଅରକ୍ଷିତ ଦାସ ମହାରାଜ । ଅଧିକ ପଢ଼ନ୍ତୁ

author img

By

Published : Nov 6, 2022, 12:13 PM IST

ଆଗକୁ ଚନ୍ଦ୍ର ଗ୍ରହଣ, ହେତୁବାଦୀଙ୍କୁ ସନ୍ଥ ସମାଜର ଚେତାବନୀ
ଆଗକୁ ଚନ୍ଦ୍ର ଗ୍ରହଣ, ହେତୁବାଦୀଙ୍କୁ ସନ୍ଥ ସମାଜର ଚେତାବନୀ

ଜଗତସିଂହପୁର: ସୂର୍ଯ୍ୟ ପରାଗରେ ଖାଦ୍ୟ ଖାଇବାକୁ ନେଇ ଟାର୍ଗେଟରେ ହେତୁବାଦୀ । ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ପଞ୍ଚସଖା ଧ୍ୟାନକୁଦ ଜଗନ୍ନାଥ ମନ୍ଦିର ପିଠାଧୀଶ ବାବା ଅରକ୍ଷିତ ଦାସ ମହାରାଜ । ଆଗାମୀ ଚନ୍ଦ୍ର ଗ୍ରହଣରେ ଏଭଳି ହେତୁବାଦୀଙ୍କ ଦ୍ଵାରା ସାମୁହିକ ଭୋଜନର ଆୟୋଜନ କରାଗଲେ ସେମାନଙ୍କୁ ଦୃଢ଼ ଜବାବ ଦିଆଯିବ ବୋଲି ସେ କହିଛନ୍ତି ।

ସୂର୍ଯ୍ୟ ପରାଗ ସମୟରେ ସାମୁହିକ ସ୍ଥାନରେ ଚିକେନ ବିରିୟାନୀ ପ୍ରସ୍ତୁତ କରି ଖାଇବା ଓ ବାଣ୍ଟିବାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ହେତୁବାଦୀ ସଂଗଠନର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ତେବେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ପଞ୍ଚସଖା ଧ୍ୟାନକୁଦ ଜଗନ୍ନାଥ ମନ୍ଦିର ପିଠାଧୀଶ ବାବା ଅରକ୍ଷିତ ଦାସ ମହାରାଜ ହେତୁବାଦୀଙ୍କ ଏଭଳି କାର୍ଯ୍ୟକୁ ଦୃଢ଼ ବିରୋଧ କରିଛନ୍ତି । ଏହା ସହିତ ଆଗାମୀ ଚନ୍ଦ୍ର ଗ୍ରହଣରେ ହେତୁବାଦୀଙ୍କ ଦ୍ଵାରା ପୁଣିଥରେ ସାମୁହିକ ଭୋଜନ କାର୍ଯ୍ୟକ୍ରମ କରାଗଲେ ତାହାର ଉଚିତ ଜବାବ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବାବା ଅରକ୍ଷିତ ଦାସ ମହାରାଜ ।

ଏନେଇ ପ୍ରତିକ୍ରିୟାରେ ସେ କହିଛନ୍ତି, "ହେତୁବାଦୀମାନେ ନାସ୍ତିକ ବାଦର ପ୍ରଚାର ପ୍ରସାର କରୁଛନ୍ତି । ଯାହା ଉଚିତ ନୁହେଁ । ସୂର୍ଯ୍ୟ ପରାଗ ହେଉ ବା ଚନ୍ଦ୍ର ଗ୍ରହଣ, ଏହି ମହା ଜାଗତିକ ଦୃଶ୍ୟ ସମୟରେ ହିନ୍ଦୁ ଧର୍ମ ଉପରେ ବିଶ୍ବାସ ରଖୁଥିବା ଲୋକେ ସେ ସମୟରେ ପାକତ୍ୟାଗ କରିବାର ବିଧି କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଛି । ଏହା ହିନ୍ଦୁ ଧର୍ମର ଧର୍ମୀୟ ପରମ୍ପରା । କିନ୍ତୁ କେତେକ ନାସ୍ତିକ ବାଦୀମାନେ ହିନ୍ଦୁଧର୍ମ ଧର୍ମର ପରମ୍ପରାକୁ ଅପମାନୀତ କରିଛନ୍ତି । ଏହା ଅତ୍ୟନ୍ତ ଦୁଃଖ ଦାୟକ ।" ତେବେ ଆଗାମୀ ଚନ୍ଦ୍ର ଗ୍ରହଣ ସମୟରେ ଯଦି ଏହିଭଳି ଘଟଣାର ପୁନରାବୃତ୍ତି ହୁଏ, ତେବେ ଏହାକୁ ବିଭିନ୍ନ ସ୍ଥାନରେ ଦୃଢ ବିରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.