ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ପଞ୍ଚାୟତରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଵିରୋଧରେ ସ୍କୁଲ ପିଲା ଓ ମହିଳା ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହିତ SP ଅଖିଳେଶ୍ବର ସିଂଙ୍କ କୁଶପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଗ୍ରାମକୁ ଘେରାବନ୍ଦୀ କରି ରଖିଥିବାରୁ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ ।
ଏହା ବି ପଢନ୍ତୁ: ଢ଼ିଙ୍କିଆରେ ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ ପାନ ବରଜ ଭାଙ୍ଗିଲା ପ୍ରଶାସନ
ପୋଲିସ ଢିଙ୍କିଆ ଅଞ୍ଚଳରେ ଯେଉଁ ପ୍ରକାର ଦମନ ଲୀଳା ଚଳାଇଛି ଏହାକୁ ବିରୋଧ କରିଛନ୍ତି ଢିଙ୍କିଆ ଗ୍ରାମର ଆବାଳ ବୃଦ୍ଧ ବନିତା । ପ୍ରକଳ୍ପକୁ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରୁଥିବା ଲୋକଙ୍କୁ ପୋଲିସ ବିନା ଦୋଷରେ ଗିରଫ କରୁଛି ଓ ସେମାନଙ୍କ ନାମରେ ବିଭିନ୍ନ ମିଛ ମାମଲା ରୁଜୁ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।
ଏହା ବି ପଢନ୍ତୁ: ଢିଙ୍କିଆ JSW ପ୍ରକଳ୍ପ ବିରୋଧି ନେତାଙ୍କ ଦୁଇ ସଂପର୍କୀୟଙ୍କୁ ଉଠାଇନେଲା ପୋଲିସ
ଏହାକୁ ବିରୋଧ କରି ସ୍ଥାନୀୟ ଫୁଲ ଖାଇ ମନ୍ଦିର ନିକଟରୁ ସ୍ଥାନୀୟ ସ୍କୁଲ ପିଲା ଓ ମହିଳାମାନେ ଏକ ଶୋଭାଯାତ୍ରାରେ ବାହାରି ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ସୂଚନା ଥାଉ କି ଗ୍ରାମବାସୀମାନେ ଜିନ୍ଦଲର ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କରିଆସୁଛି । ଏହି ଘଟଣାକୁ ନେଇ ଗ୍ରାମରେ ବିବାଦ ଲାଗି ରହିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ