ETV Bharat / state

ଢ଼ିଙ୍କିଆ ପୁଣି ଅଶାନ୍ତ, ପ୍ରଶାସନ ବିରୋଧରେ ତେଜିଲା ଆନ୍ଦୋଳନ - jagatsinghpur agitation

ଦୀର୍ଘ ୧୭ବର୍ଷ ଧରି ଢିଙ୍କିଆ ଅଞ୍ଚଳ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ପାରିନଥିବା ପ୍ରଶାସନ ଏବେ ଢିଙ୍କିଆ ଗ୍ରାମକୁ ଭାଗଭାଗ କରି ମାହାଳ ଓ ପାଟଣାପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା, ଲୋକଙ୍କୁ ସରକାରୀ ଯୋଜନାର ଲୋଭ ଦେଖାଇ ଆଞ୍ଚଳିକ ଏକତାରେ ଫାଟ ସୃଷ୍ଟି କରି ଆନ୍ଦୋଳନକୁ ଦବାଇ ଦେବାକୁ ଷଡଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଢ଼ିଙ୍କିଆ ପୁଣି ଅଶାନ୍ତ, ପ୍ରଶାସନ ବିରୋଧରେ ତେଜିଲା ଆନ୍ଦୋଳନ

author img

By

Published : Aug 23, 2021, 8:28 PM IST

ଜଗତସିଂହପୁର: ମରିବୁ ପଛେ ଡରିବୁ ନାହିଁ, ଭିଟାମାଟି ଛାଡିବୁ ନାହିଁ । ଏହି ନାରା ଦେଇ ଦୀର୍ଘ ୧୭ବର୍ଷ ଧରି ଆନ୍ଦୋଳନ କରିଆସୁଛନ୍ତି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ଅଞ୍ଚଳବାସୀ। ପୋସ୍କୋ ଆନ୍ଦୋଳନ ଠାରୁ ଆରମ୍ଭ କରି ଭିଟାମାଟି ଏବଂ ବସବାସ କରୁଥିବା ଜଙ୍ଗଲ ଜମିର ପଟ୍ଟା ପାଇଁ ସରକାରଙ୍କ ନିକଟରେ ଦାବି ଜଣାଇ ଆନ୍ଦୋଳନ କରିଆସୁଥିବାବେଳେ ଆନ୍ଦୋଳନକୁ ଦମନ କରିବା ପାଇଁ ପ୍ରଶାସନ ଭିନ୍ନଭିନ୍ନ କୌଶଳ ଅବଲମ୍ବନ କରିଆସୁଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ଓ ପ୍ରଶାସନ ମୁହାଁମୁହିଁ ଅବସ୍ଥା ଦେଖାଦେଇଛି।

ଢ଼ିଙ୍କିଆ ପୁଣି ଅଶାନ୍ତ, ପ୍ରଶାସନ ବିରୋଧରେ ତେଜିଲା ଆନ୍ଦୋଳନ

ଦୀର୍ଘ ୧୭ବର୍ଷ ଧରି ଢିଙ୍କିଆ ଅଞ୍ଚଳ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ପାରିନଥିବା ପ୍ରଶାସନ ଏବେ ଢିଙ୍କିଆ ଗ୍ରାମକୁ ଭାଗଭାଗ କରି ମାହାଳ ଓ ପାଟଣା ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା, ଲୋକଙ୍କୁ ସରକାରୀ ଯୋଜନାର ଲୋଭ ଦେଖାଇ ଆଞ୍ଚଳିକ ଏକତାରେ ଫାଟ ସୃଷ୍ଟି କରି ଆନ୍ଦୋଳନକୁ ଦବାଇ ଦେବାକୁ ଷଡଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି । ତେଣୁ ଢିଙ୍କିଆ ଅଞ୍ଚଳବାସୀ ବଡଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଦେଖିବାକୁ ମିଳିଛି। ଢିଙ୍କିଆ ପାଟଣା ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ପ୍ରତିବାଦ ସଭା କରିବା ସହ ଆଗାମୀ ଦିନରେ ବଡଧରଣର ଲଢେଇ ପାଇଁ ସଜବାଜ ହେଉଥିବା ଘୋଷଣା କରିଛନ୍ତି ।

ଢିଙ୍କିଆ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଜିଲ୍ଲାପାଳଙ୍କ ଇଙ୍ଗିତରେ ସ୍ଥାନୀୟ ପ୍ରଶାସନ ଲୋକଙ୍କ ଉପରେ ଜୁଲମ କରୁଥିବା ଅଭିଯୋଗ ହୋଇଛି। ଢିଙ୍କିଆ ଅଞ୍ଚଳକୁ ଦୀର୍ଘଦିନ ଧରି ପାଦ ପକାଉନଥିବା ପ୍ରଶାସନିକ ଅଧିକାରୀମାନେ ଏକତାକୁ ନଷ୍ଟ କରିବା ପାଇଁ ସଦ୍ୟ ରାଜସ୍ୱ ଗ୍ରାମ ଘୋଷିତ ପାଟଣା ଓ ମାହାଳ ଗ୍ରାମକୁ ବାରମ୍ବାର ପୋଲିସ ଫୋର୍ସ ନେଇ ଆସିବା ଯୋଗୁଁ ଗତକିଛି ତଳେ ଶତାଧିକ ଢିଙ୍କିଆ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କ ବାଟ ଓଗାଳି ନିଜର ଦୁଃଖ ଜଣାଇଥିଲେ।

ହେଲେ ଏରସମା ତହସିଲଦାରଙ୍କ ଏତଲାରେ ପୋଲିସ ଦୁଇଶହ ଲୋକଙ୍କ ନାଁରେ ଫୌଜଦାରୀ ମକଦ୍ଦମା କରିବା ସହ ପୋଲିସ ଭୟ ଦେଖାଇବା ପାଇଁ ପୁରୁଣା କେସରେ ଗୋବିନ୍ଦପୁର ଗ୍ରାମରୁ ରାତି ଅଧରେ ୪ ଜଣଙ୍କୁ ଗିରଫ କରିଛି । ଯାହାକୁ ନେଇ ଏବେ ଢିଙ୍କିଆ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି(ସୋମବାର) ଶତାଧିକ ଅଞ୍ଚଳବାସୀ ଦୀର୍ଘ ପାଞ୍ଚ ଘଣ୍ଟାଧରି ବୈଠକ କରିଥିବାବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା। ପୋଲିସ ଉପସ୍ଥିତିରେ ମରିବୁ ପଛେ ଡରିବୁ ନାହିଁ, ଭିଟାମାଟି ଛାଡିବୁ ନାହିଁ। ଯେ କୌଣସି ପ୍ରକାର ଆନ୍ଦୋଳନ ପାଇଁ ଆମେ ପ୍ରସ୍ତୁତ ବୋଲି ଆନ୍ଦୋଳନକାରୀମାନେ ଧମକ ଦେଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.