ETV Bharat / state

କେନାଲରୁ ଆହତ ହରିଣ ଉଦ୍ଧାର

ପାରାଦ୍ବୀପ ପି. ପି.ଏଲ ସାର କାରଖାନା ପରିସର ମଧ୍ୟରେ ଥିବା ଏକ କେନାଲରେ ପଡି ଯାଇଥିବା ହରିଣ ଉଦ୍ଧାର । ଅଧିକ ପଢନ୍ତୁ

author img

By

Published : Mar 20, 2023, 11:25 AM IST

deer rescued
deer rescued
deer rescued

ପାରାଦ୍ବୀପ: ପି. ପି.ଏଲ ସାର କାରଖାନା ପରିସର ମଧ୍ୟରେ ଥିବା କେନାଲରେ ପଡି ଯାଇଥିବା ହରିଣ ଉଦ୍ଧାର । ତେବେ ଉଦ୍ଧାର ହୋଇଥିବା ହରିଣଟି ଗୁରୁତର ଆହତ ହୋଇଥିବାରୁ ତାକୁ ପାରାଦ୍ବୀପ ପଶୁ ଚିକିତ୍ସାଳୟ କେନ୍ଦ୍ରକୁ ପଠାଇ ଦିଆଯାଇଛି । ସେଠାରେ ହରିଣଟିର ପ୍ରାଥମିକ ଚିକିତ୍ସା କରାଯିବା ପରେ କୁଜଙ୍ଗ ବନବିଭାଗକୁ ଖବର ଦିଆଯାଇଥିବା ସୂଚନା ।

ତେବେ ଗତ ରବିବାର ବିଳମ୍ବିତ ରାତିରେ ପିପିଏଲ୍ ପରିସର ମଧ୍ୟରେ ଥିବା କେନାଲ୍ ଭିତରେ ହରିଣଟି ପଡିଯାଇଥିଲା । ଏନେଇ ଆଜି ସକାଳୁ ଶ୍ରମିକମାନେ କାମକୁ ଯିବା ସମୟରେ କେନାଲରେ ପଡି ରହିଥିବା ହରିଣଟିକୁ ଦେଖି ତାକୁ ତୁରନ୍ତ ଉଦ୍ଧାର କରିଥିଲେ । ଏଥି ସହିତ ପାରାଦ୍ବୀପ ପଶୁ ଚିକିତ୍ସାଳୟକୁ ଖବର ଦେଇଥିଲେ । ଏନେଇ ଖବରପାଇ ପଶୁ ଚିକିତ୍ସାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ହରିଣର ପ୍ରାଥମିକ ଚିକିତ୍ସା କରି କୁଜଙ୍ଗ ବନବିଭାଗକୁ ଖବର ଦେଇଛନ୍ତି । ତେବେ ହରିଣଟି ଗୁରୁତର ଆହତ ହୋଇଥିବାରୁ ହରିଣର ଚିକିତ୍ସା ଚାଲୁଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ:World Pakhala Divas: ସଞ୍ଜ ହେଉ କି ସକାଳ, ଓଡିଆ ମନ ଖୋଜେ ପଖାଳ

ସେପଟେ ପାରାଦୀପ ପିପିଏଲ୍ ପରିସର ମଧ୍ୟକୁ ହରିଣଟି କିପରି ଆସିଲା ତାକୁ ନେଇ କୁଜଙ୍ଗ ବନବିଭାଗ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ପାରାଦୀପ ନିକଟସ୍ଥ ତଣ୍ଡା ଜଙ୍ଗଲରୁ ହରିଣଟି ବାଟ ନପାଇ ପାରାଦୀପ ପିପିଏଲ୍ ପରିସର ମଧ୍ୟକୁ ପଶି ଆସିଥିବା ଅନୁମାନ କରାଯାଉଛି। ତେବେ ହରିଣଟି ଦୀର୍ଘ ସମୟ ଧରି କେନାଲରେ ପଡି ରହିଥିବାରୁ ହରିଣଟିର ମୁଣ୍ଡ ଓ ଗୋଡରେ ଭୀଷଣ ଆଘାତ ଲାଗିଛି । ତେଣୁ ହରିଣଟି ସୁସ୍ଥ ହେବା ପରେ ପୁଣି ତାକୁ ତଣ୍ଡା ଜଙ୍ଗଲରେ ଛାଡି ଦିଆଯିବ ବୋଲି କୁଜଙ୍ଗ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- Budget Session: ଆଜି ଅଷ୍ଟମ ଦିନ, ରଣନୀତି ପ୍ରସ୍ତୁତ ପାଇଁ ବୈଠକ କରିବେ ବିରୋଧୀ

ତେବେ ପାରାଦୀପ ନିକଟସ୍ଥ ତଣ୍ଡା ଜଙ୍ଗଲରେ ଶହ ଶହ ହରିଣ ରହିଥିବା ବେଳେ ପିପିଏଲ୍ ପରିସର ଭିତରକୁ ହରିଣ କିପରି ଆସିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ । ବିଭିନ୍ନ ସମୟରେ ହରିଣ ମାନେ ଖାଦ୍ୟ ଅନେଷ୍ବଣ ରେ ଆସି ଜନ ବସତି ଆଡକୁ ପ୍ରବେଶ କରିଥାନ୍ତି । ଫଳରେ ବୁଲା କୁକୁର ଓ ଲୋକଙ୍କ ଶିକାର ହୋଇ ଥାନ୍ତି ଏହି ହରିଣ ମାନେ । ଏଥିପ୍ରତି ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.