ETV Bharat / state

ଇଟା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ - ଜଗତସିଂହପୁର ଖବର

ଜଗତସିଂହପୁରରେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ । କୁଜଙ୍ଗ ଥାନା ଅନ୍ତର୍ଗତ ସନ୍ତରା ଗ୍ରାମର ପ୍ରସନ୍ନ ପରିଡ଼ା(୫୫)ଙ୍କୁ ଛୁରୀରେ ଆକ୍ରମଣ କରି ଅପରାଧୀ ଫେରାର । ଛୁରାମାଡ଼ର କାରଣ ଅସ୍ପଷ୍ଟ । ତଦନ୍ତ କରୁଛି ପୋଲିସ୍ । ଅଧିକ ପଢ଼ନ୍ତୁ

ଇଟା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ
ଇଟା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ
author img

By

Published : May 30, 2022, 9:12 PM IST

ଜଗତସିଂହପୁର: କୁଜଙ୍ଗ ଥାନା ଅନ୍ତର୍ଗତ ସନ୍ତରା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ବ୍ୟକ୍ତି ଜଣଙ୍କ ସନ୍ତରା ଗ୍ରାମର ପ୍ରସନ୍ନ ପରିଡ଼ା(୫୫) । ସ୍ଥାନୀୟ ଅଞ୍ଚଳରେ ସେ ଇଟା ବ୍ୟବସାୟ କରନ୍ତି । ତେବେ ଗତକାଲି ରାତିରେ କିଛି ଯୁବକ ତାଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଛୁରାମାଡ଼ର କାରଣ ଜଣାପଡି଼ ନଥିବାବେଳେ କୁଜଙ୍ଗ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

ସୂଚନା ଅନୁସାରେ ରାତି ପ୍ରାୟ ୧୦ଟା ସମୟରେ ପ୍ରସନ୍ନ ଇଟା ତିଆରି ପାଇଁ ଥିବା ମାଟିରେ ଚସୁ (କୁଣ୍ଡା ଓ ନଡ଼ା ଗୁଣ୍ଡ) ପକାଉଥିବା ବେଳେ କିଛି ଯୁବକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ପ୍ରସନ୍ନଙ୍କ ପେଟରେ ଗଭୀର ଆଘାତ ଲାଗିଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଇଟା ବ୍ୟବସାୟକୁ ନେଇ ଏହି ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଥିବାବେଳେ କୁଜଙ୍ଗ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.