ETV Bharat / state

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର - paradeep train line

ଜଗତସିଂହପରୁ ଜିଲ୍ଲା ପାରାଦ୍ବୀପ ରେଲୱେ କଲୋନୀ ସ୍ଥିତ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ଟ୍ରେନ ଲାଇନ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଟ୍ରେନ ଲାଇନ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
author img

By

Published : Mar 8, 2021, 11:30 AM IST

ଜଗତସିଂହପୁର: ରେଳ ଧାରଣାରୁ ମୃତଦେହ ଉଦ୍ଧାର । ପାରାଦ୍ବୀପ ରେଲୱେ କଲୋନୀ ସ୍ଥିତ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଅନୁସାରେ, ସ୍ଥାନୀୟ ଲୋକ ରେଳଧାରଣାରେ ମୃତଦେହ ପଡିଥିବାର ଦେଖିଥିଲେ । ଟ୍ରେନରେ କଟି ଯୁବକଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଛି । ଘଟଣାନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ ।

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଖବରପାଇ ଅଠରବାଙ୍କୀ ଫାଣ୍ଡି ଅଧିକାରୀ ତ୍ରିନାଥ ସାହୁ ଓ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତକ ଜଣକ ହେଲେ ଚଣ୍ଡିଖୋଲ ଅଞ୍ଚଳ ନୂଆସୁଙ୍ଗୁଡା ଗ୍ରାମର ବାମଦେବ ମାହାଳଙ୍କ ବଡ଼ ପୁଅ ପ୍ରିୟରଞ୍ଜନ ମାହାଳ।

ସେ କିଛି ଦିନ ହେବ ଅଠରବାଙ୍କୀ ଗୋପୀନାଥ କଲୋନୀରେ ଭଡାରେ ରହି ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଗତକାଲିଠାରୁ କୌଣସି କାମରେ ଘରୁ ଯାଇଥିବା ବେଳେ ଆଜି ସକାଳୁ ତାଙ୍କର ମୃତଦେହ ଟ୍ରେନ ଲାଇନରୁ ମିଳିଛି। ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ମିଳିପାରି ନଥିବା ବେଳେ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ ଅନୁମାନ କରୁଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.