ଜଗତସିଂହପୁର: ବାଲ୍ୟ ବିବାହକୁ ରୋକିଲେ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ । ଜଗତସିଂହପୁର ସଦର ଥାନା ଅଞ୍ଚଳର ନାବାଳିକାର ବୟସ ୧୭ ବର୍ଷ ହୋଇଥିବା ବେଳେ ବରର ବୟସ ୩୫ ବର୍ଷ ବୋଲି ଜଣାପଡ଼ିଛି । ଉଭୟଙ୍କୁ ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରାଯାଇଛି ।
ସୂଚନା ଅନୁସାରେ, ଶନିବାର ରଘୁନାଥପୁର ଥାନା ଅନ୍ତର୍ଗତ ସିଦ୍ଧି ଗୋରେଖ ନାଥ ପୀଠରେ ଏକ ବାଲ୍ୟ ବିବାହ ହେଉଥିବା ଖବର ରଘୁନାଥପୁର ସିଡିପିଓଙ୍କୁ ମିଳିଥିଲା । ଖବର ପାଇ ରଘୁନାଥପୁର ସିଡିପିଓ ବିବାହସ୍ଥଳରେ ପହଞ୍ଚିବା ପରେ ଉଭୟ ବର ଓ କନ୍ୟାଙ୍କ ବୟସ ପ୍ରମାଣ ପତ୍ର ମାଗିଥିଲେ । ବୟସ ପ୍ରମାଣ ପତ୍ର ଯାଞ୍ଚ ପରେ ନାବାଳିକାର ବୟସ ଜଣାପଡିଥିଲା । ଫଳରେ ସେଠାରେ ବିବାହକୁ ବନ୍ଦ କରାଯିବା ସହିତ ଉଭୟ ପରିବାର ଲୋକଙ୍କୁ CWC କତ୍ତୃପକ୍ଷ ଅଟକ ରଖି ପଚରା ଉଚରା କରୁଥିବା ଖବର ମିଳିଛି ।
ଇଟିଭି ଭାରତ, ଜଗତସିଂହପୁର