ETV Bharat / state

ଅଭିନବ ଉପାୟରେ ଯୁବକଙ୍କ କୋରୋନା ସଚେତନତା ବାର୍ତ୍ତା - ଅଭିନବ ଉପାୟରେ କୋରୋନା ସଚେତନତା କରୁଛନ୍ତି ଯୁବକ

ଜଗତସିଂହପୁରରେ ମାଟିରେ ମୂର୍ତ୍ତି କରି ଲୋକଙ୍କୁ କୋରୋନା ଭାଇରସ ସଚେତନତାର ବାର୍ତ୍ତା ଦେଉଛନ୍ତି ଯୁବକ । ଅଧିକ ପଢନ୍ତୁ...

Covid19 awerness innovative way by youngman in jagatsignhpur
ଅଭିନବ ଉପାୟରେ କୋରୋନା ସଚେତନତା କରୁଛନ୍ତି ଯୁବକ
author img

By

Published : Oct 25, 2021, 6:20 AM IST

ଜଗତସିଂହପୁର: ଅଭିନବ ଉପାୟରେ କୋରୋନାକୁ ନେଇ ସଚେତନତା ସୃଷ୍ଟି କରୁଛନ୍ତି ଯୁବକ । ମାଟିରେ ମୂର୍ତ୍ତି କରି ଲୋକଙ୍କୁ କୋରୋନା ଭାଇରସକୁ ନେଇ ସଚେତନତା କରୁଛନ୍ତି ।

ଅଭିନବ ଉପାୟରେ କୋରୋନା ସଚେତନତା କରୁଛନ୍ତି ଯୁବକ

ଜଗତସିଂହପୁର ଉପକଣ୍ଠ ନବାପାଟଣା ଗ୍ରାମରେ ଦାମୋଦର ଦାସ କୋରୋନାକୁ ନେଇ ସଚେତନତା ସୃଷ୍ଟି କରୁଛନ୍ତି। ସମଗ୍ର ବିଶ୍ବରେ କୋରୋନା ମହାମାରୀର ଭୟାବହତା ଓ କିପରି କୋରୋନା ଠାରୁ ଦୂରେଇ ରହିହେବ ସେ ନେଇ ମୃତ୍ତି ନିର୍ମାଣ କରି ସଚେତନ କରୁଛନ୍ତି। ମାଟିର ମୂର୍ତ୍ତିରେ କୋରୋନା ରାକ୍ଷସ ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କୁ ଗୋଡାଉ ଥିବା ବେଳେ ହାତକୁ ସାନିଟାଇଜ କରୁଥିବା ବ୍ୟକ୍ତିଙ୍କୁ କୋରୋନା ରାକ୍ଷସ ଡରି ଯାଇ ସେଠାରୁ ପଳାୟନ କରୁଛି।

ସେହିଭଳି କୋଭିଡ ଟିକା ନେଉଥିବା ଲୋକେ କିଭଳି କୋରୋନା ରାକ୍ଷସ କବଳରୁ ବର୍ତ୍ତି ପାରୁଛନ୍ତି ସେଇ ନେଇ ସୁନ୍ଦର କାଳ୍ପନିକ ଦୃଶ୍ୟ ଦେଖିବାକୁ ମିଳୁଛି। ଯାହାକୁ ନେଇ ଲୋକେ ବେଶ ଆନନ୍ଦର ସହ ସେହି ଦୃଶ୍ୟକୁ ଉପଭୋଗ କରୁଛନ୍ତି। ଦାମୋଦରଙ୍କ ଏହି ପ୍ରୟାସ ଗ୍ରାମାଞ୍ଚଳରେ ବସବାସ କରୁଥିବା ବୃଦ୍ଧବୃଦ୍ଧା ଓ ନିରକ୍ଷର ଲୋକଙ୍କ ଉପରେ ବେଶ ପ୍ରଭାବ ପକାଉଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.