ETV Bharat / state

ଦୀର୍ଘ ୭ ବର୍ଷ ପରେ ପୀଡ଼ିତାକୁ ନ୍ୟାୟ, ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ତାଳପଡା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡ ସହିତ 50 ହଜାର ଟଙ୍କାର ଜୋରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Sep 15, 2022, 8:44 AM IST

E୭ ବର୍ଷ ପରେ ପୀଡ଼ିତାକୁ ମିଳିଲା ନ୍ୟାୟ, ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍
୭ ବର୍ଷ ପରେ ପୀଡ଼ିତାକୁ ମିଳିଲା ନ୍ୟାୟ, ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ଜଗତସିଂହପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ଦଣ୍ଡାଦେଶ ଦେଲେ ପୋକ୍ସ କୋର୍ଟ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ତାଳପଡା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡ ସହିତ 50 ହଜାର ଟଙ୍କାର ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଘଟଣା ଅନୁଯାୟୀ ଗତ 2016 ମସିହା ଅପ୍ରେଲ 21 ତାରିଖରେ ଜଣେ 16 ବର୍ଷୀୟ ନାବାଳିକା ସ୍କୁଲ ଯିବା ସମୟରେ ବୁରୁଣ୍ଡି ଗ୍ରାମର ପ୍ରମୋଦ ସାହୁ ଓରଫ ବାପି ତାଙ୍କୁ ଜୋର ଜବରଦସ୍ତ ସ୍କୁଲ ଛାତ ଉପରକୁ ନେଇ ଦୁଷ୍କର୍ମ କରିଥିଲା । ଏହି ଘଟଣାକୁ ନେଇ ନାବାଳିକାର ପରିବାର ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ପୀଡ଼ିତା ନାବାଳିକା ହୋଇଥିବାରୁ ମାମଲାଟି ପୋକ୍ସୋ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା । ତେବେ ଦୀର୍ଘ 7ବର୍ଷ ପରେ ଏହି ଘଟଣାର ରାୟ ଆସିଛି । ପୋକ୍ସୋ କୋର୍ଟର ବିଚାରପତି ଏହି ଘଟଣାରେ ସମସ୍ତ ପ୍ରମାଣ ପତ୍ରକୁ ଭିତ୍ତିକରି ଅଭିଯୁକ୍ତକୁ 20 ବର୍ଷ ଜେଲ ଦଣ୍ଡ ସହିତ 50 ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.