ETV Bharat / state

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ କୋରୋନା ଆକ୍ରାନ୍ତ

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ଗର୍ଭବତୀ ମହିଳା କୋରୋନା ପଜିଟିଭ ଥିବା ଜଣାପଡ଼ିଛି। ସଂପୃକ୍ତ ମହିଳା ଜଣଙ୍କ ପଜିଟିଭ ଆସିବା ପରେ ପ୍ରସୂତି ବିଭାଗକୁ 24 ଘଣ୍ଟା ପାଇଁ ସିଲ କରି ଦିଆଯାଇଛି। ଯଦି କୌଣସି ଷ୍ଟାଫ ଡାକ୍ତର କିମ୍ବା ନର୍ସ କେଉଁମାନେ ସେହି ମହିଳାଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାକୁ ନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ପ୍ରସୂତୀ ବିଭାଗରେ ଆକ୍ରାନ୍ତ, 24 ୱାର୍ଡ ଘଣ୍ଟା ସିଲ

author img

By

Published : Aug 8, 2020, 6:58 PM IST

Updated : Aug 8, 2020, 7:31 PM IST

ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ୱାର୍ଡ ଚିକିତ୍ସିତ ହେଉଥିବା ଜଣେ ଗର୍ଭବତୀ ମହିଳା କୋରୋନା ପଜିଟିଭ ଥିବା ଜଣାପଡ଼ିଛି। ଜଗତସିଂହପୁର ସହରର ଗାନ୍ଧୀଛକ ଅଞ୍ଚଳର ଏହି ମହିଳାଙ୍କ ଘରେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ୱାର୍ଡରେ ଆଜି( ଶନିବାର) ଭର୍ତ୍ତି କରାଯାଇଥିଲା।

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ପ୍ରସୂତୀ ବିଭାଗରେ ଆକ୍ରାନ୍ତ, 24 ୱାର୍ଡ ଘଣ୍ଟା ସିଲ

ଦେହରେ ଉତ୍ତାପ ଥିବାରୁ ତାଙ୍କୁ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ଫଳରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି। ଆଜି ତାଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି।

ସଂପୃକ୍ତ ମହିଳା ଜଣଙ୍କ କୋରୋନା ପଜିଟିଭ ଆସିବା ପରେ ପ୍ରସୂତି ବିଭାଗକୁ 24 ଘଣ୍ଟା ପାଇଁ ସିଲ କରି ଦିଆଯାଇଛି। ଯଦି କୌଣସି ଷ୍ଟାଫ ଡାକ୍ତର କିମ୍ବା ନର୍ସ କେଉଁମାନେ ସେହି ମହିଳାଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାକୁ ନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Aug 8, 2020, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.