ଜଗତସିଂହପୁର : କୋରୋନାକୁ ନେଇ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ବଢିଛି ଚିନ୍ତା । ପାରାଦୀପ ବନ୍ଦରକୁ ପ୍ରତ୍ୟକ ଦିନ ଅନ୍ତର୍ଜାତୀୟ ପଣ୍ୟବାହୀ ଜାହାଜ ଆସୁଥିବାରୁ ଏହି ଭୁତାଣୁ ଏଠାରେ ବ୍ୟାପିବାର ଅଧିକ ସମ୍ଭାବନା ରହିଛି । କିଭଳି ଏହାକୁ ରୋକାଯାଇ ପାରିବ ସେ ନେଇ ବନ୍ଦର କର୍ତ୍ତୁପକ୍ଷ ଓ ଜିଲା ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଥିବା କହିଛନ୍ତି । ଏହାକୁ ନେଇ ଶନିବାର କାର୍ଯ୍ୟରତ ସମସ୍ତ ଷ୍ଟେଭେଡ଼ର,ଷ୍ଟେକ ହୋଲ୍ଡର,ଷ୍ଟିମର ଓ ମେରାଇନ ପାଇଲଟଙ୍କ ସହ ବନ୍ଦର କର୍ତ୍ତୁପକ୍ଷ ଆଲୋଚନା କରିଛନ୍ତି ।
ପାରାଦୀପ ବନ୍ଦରକୁ ପ୍ରତେକ ଦିନ ବିଭିନ୍ନ ଦେଶରୁ ଜାହାଜ ଆସୁଥିବାରୁ ବିଦେଶୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା କରା ଯାଇଥିବା ଜିଲ୍ଲା କୋରୋନା ଡିଜିଜି କଂଟ୍ରୋଲର ଇନଚାର୍ଯ ଡାକ୍ତର କ୍ଷେତ୍ରବାସୀ ଦାସ ପ୍ରକାଶ କରିଛନ୍ତି । ତେବେ ଗତ ଶୁକ୍ରବାର ରାତିରେ ଚୀନରୁ ଆସିଥିବା ଏକ କୋଇଲା ବୋଝେଇ ଜାହାଜକୁ ବନ୍ଦରକୁ ଆସିବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ, ଜାହାଜ ରେ ଥିବା 19 ଜଣ କର୍ମଚାରୀଙ୍କୁ ବନ୍ଦର ସ୍ଥଳଭାଗ ଛୁଇଁବାକୁ ଅନୁମତି ଦିଆଯାଇ ନ ଥିଲା ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ଇଟିଭି ଭାରତ