ETV Bharat / state

ଜୋର ଧରିଲା ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରଣ ବିବାଦ, ଅନଶନରେ ବସିଲା କଂଗ୍ରେସ

author img

By

Published : Aug 5, 2021, 10:26 PM IST

ଜଗତସିଂହପୁରରେ ପ୍ରତିମୂର୍ତ୍ତି ରାଜନୀତି ଜୋର ଧରିଲା । ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ । ଅନଶନରେ ବସିଲା କଂଗ୍ରେସ । ଅଧିକ ପଢନ୍ତୁ...

ଜୋର ଧରିଲା ବିଷ୍ଣୁ ଦାସଙ୍କ ପ୍ରତିମୁର୍ତ୍ତି ସ୍ଥାନାନ୍ତରଣ ବିବାଦ, ଅନଶନରେ ବସିଲା କଂଗ୍ରେସ

ଜଗତସିଂହପୁର: ରଘୁନାଥପୁର ବ୍ଲକ ଜଗନ୍ନାଥପୁର ବଜାରରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରାଯିବାକୁ ବିରୋଧ କରି ଆଜିଠାରୁ କଂଗ୍ରେସ ପକ୍ଷରୁ ଆମରଣ ଅନଶନ ଆରମ୍ଭ ହୋଇଛି। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲିକ ଓ ସହଯୋଗୀମାନେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଦାବି ଜୋରଦାର ହୋଇଛି।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଶାର ମଣି ସଦୃଶ। ରାଜ୍ୟର ସାଢେ 4କୋଟି ଲୋକଙ୍କ ହୃଦୟରେ ଉତ୍କଳମଣି ବଞ୍ଚି ରହିଛନ୍ତି । ତେବେ ତାଙ୍କ ନିକଟରେ ଜଣେ ରାଜନେତାଙ୍କ ପ୍ରତିମୂର୍ତ୍ତି ରହିବା ପୂଜ୍ୟ ପୂଜାକୁ ଅସମ୍ମାନ ପରି । ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଅନ୍ୟତ୍ର ସ୍ବର୍ଗତ ବିଧାୟକଙ୍କ ପ୍ରତିମୂର୍ତ୍ତି ଅନ୍ୟତ୍ର ସ୍ଥାପନ କରାଯିବାକୁ ସେ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବିବାଦ ପରେ ଜିଲ୍ଲା ପ୍ରଶାସନ ଵିଷ୍ନୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନର 20 ମିନିଟ ପରେ ଢାଙ୍କି ଦେଇଥିଲା ।ତେବେ ଆଜି ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ଦାବି କରି ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲିକ ଓ ଅନ୍ୟ ସହଯୋଗୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରଘୁନାଥପୁରରେ ପ୍ରତିମୂର୍ତ୍ତି ରାଜନୀତି ଉଷ୍ମ ହେବାରେ ଲାଗିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.