ETV Bharat / state

ଜଗତସିଂହପୁର ପୌରାଞ୍ଚଳରେ କଂଗ୍ରେସର ଶକ୍ତି ପଦର୍ଶନ - ଜଗତସିଂହପୁର ପୌରାଞ୍ଚଳରେ କଂଗ୍ରେସର ଶକ୍ତି ପଦର୍ଶନ

ଜଗତସିଂହପୁର ପୌରାଞ୍ଚଳରେ କଂଗ୍ରେସ ତାର ଶକ୍ତି ପ୍ରର୍ଦଶନ କରିଛି । ଏହି ପରିପ୍ରେକ୍ଷୀରେ ପୌରାଞ୍ଚଳର ସମସ୍ତ କାଉନସିଲର ପ୍ରାର୍ଥୀଙ୍କ ସମେତ ଅଧ୍ୟକ୍ଷ ପ୍ରାର୍ଥୀ ଅର୍ଚ୍ଚନା ସିଂଙ୍କୁ ନେଇ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ କଂଗ୍ରେସ କର୍ମୀ ଚର୍ଚିକା ବଜାର ନିକଟରେ ଉପସ୍ଥିତ ହୋଇଥିଲେ। ଅଧିକ ପଢ଼ନ୍ତୁ

ଜଗତସିଂହପୁର ପୌରାଞ୍ଚଳରେ କଂଗ୍ରେସର ଶକ୍ତି ପଦର୍ଶନ

author img

By

Published : Mar 22, 2022, 9:53 PM IST

ଜଗତସିଂହପୁର : ଜଗତସିଂହପୁର ପୌରାଞ୍ଚଳରେ କଂଗ୍ରେସ ତାର ଶକ୍ତି ପ୍ରର୍ଦଶନ କରିଛି । ଏହି ପରିପ୍ରେକ୍ଷୀରେ ପୌରାଞ୍ଚଳର ସମସ୍ତ କାଉନସିଲର ପ୍ରାର୍ଥୀଙ୍କ ସମେତ ଅଧ୍ୟକ୍ଷ ପ୍ରାର୍ଥୀ ଅର୍ଚ୍ଚନା ସିଂଙ୍କୁ ନେଇ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ କଂଗ୍ରେସ କର୍ମୀ ଚର୍ଚିକା ବଜାର ନିକଟରେ ଉପସ୍ଥିତ ହୋଇଥିଲେ।

ଜଗତସିଂହପୁର ପୌରାଞ୍ଚଳରେ କଂଗ୍ରେସର ଶକ୍ତି ପଦର୍ଶନ

ସଭାରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳ, ବାଲିକୁଦାର ପୂର୍ବତନ ବିଧାୟକ ଡକ୍ଟର ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ କଂଗ୍ରେସ ନେତ୍ରୀ ପ୍ରତିମା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ। 2018 ଠାରୁ ପୌରପରିଷଦରେ ବିକାଶ ଅଟକି ଯାଇଛି ଓ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା କଂଗ୍ରେସ ଅଭିଯୋଗ କରିବା ସହ ପୌରବାସୀ ହନ୍ତସନ୍ତ ହେଉଥିବା କହିଛି ।

ଜଗତସିଂହପୁର ଏକ ଉଚ୍ଚଶିକ୍ଷିତ ସ୍ଥାନ, ଏଠିକାର ଭୋଟର ଆଗାମୀ ନିର୍ବାଚନରେ ଦୁର୍ନୀତିଗ୍ରସ୍ଥ ଲୋକଙ୍କୁ ଉଚିତ ଜବାବ ଦେବା ସହିତ କଂଗ୍ରେସକୁ ବିଜୟୀ କରିବେ ବୋଲି ନେତାମାନେ ଦୃଢ଼ୋକ୍ତି କରିଛନ୍ତି । ଏହି ସଭାରେ ବିଜେଡି ବିଧାୟକ ଓ ନେତାଙ୍କୁ କଂଗ୍ରେସ ପକ୍ଷରୁ କଟୁ ସମାଲୋଚନା କରାଯାଇଥିଲା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.