ETV Bharat / state

ଉପକୂଳ ରାଜପଥ ବିବାଦ: ନିଜ ମାଟି ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ କୁନି ବାଳକର ଚିଠି - ମୋଦିଙ୍କୁ ଚିଠି ଲେଖିଲେ ଆଶୁତୋଷ

ସାଗରମାଳା ପରିଯୋଜନାରେ ଉପକୂଳ ରାଜପଥ ଗତିପଥ ପରିବର୍ତ୍ତନକୁ ବିରୋଧ ସହ ନିଜ ଅଞ୍ଚଳକୁ ସାମିଲ କରିବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୪ର୍ଥ ଶ୍ରେଣୀର ଛାତ୍ର । ଏହାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଭାରତମାଳା ସଡ଼କ ଯୋଜନାକୁ ନେଇ କୁନି ବାଳକର ଚିଠି, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

author img

By

Published : Nov 13, 2022, 7:40 PM IST

Updated : Nov 14, 2022, 10:47 AM IST

ଜଗତସିଂହପୁର: ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲିକୁଦାର ଜଣେ ୪ର୍ଥ ଶ୍ରେଣୀର ଛାତ୍ର ଆଶୁତୋଷ ସ୍ବାଇଁ (Class 4 student writes letter to PM Modi and CM Naveen)। କେନ୍ଦ୍ର ସରକାରଙ୍କ ସାଗରମାଳା ପରି ଯୋଜନାରେ(Sagarmala project) ସମୁଦ୍ର ଉପକୂଳ ଅଞ୍ଚଳ ଦେଇ ଉପକୂଳ ରାଜପଥ(Coastal highway) ନିର୍ମାଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଆଶୁତୋଷ ଚିଠି ଲେଖିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ନିର୍ଦ୍ଧାରିତ ଗତିପଥ ପରିବର୍ତ୍ତନ କରି ସମୁଦ୍ର ଉପକୂଳରୁ ପ୍ରାୟ ୨୦ରୁ ୨୫ କିଲୋମିଟର ଦୂରରେ ଏହା ହେବାକୁ ଯାଉଥିବାରୁ ଉପକୂଳ ରାଜପଥର ନିୟମ ଉଲଂଘନ କରୁଥିବା ନେଇ ବାଲିକୁଦା ବ୍ଳକର ଅନେକ ପଞ୍ଚାୟତବାସୀ ଦୀର୍ଘଦିନ ଧରି ଅଭିଯୋଗ କରିଆସୁଛନ୍ତି ।

ଉପକୂଳ ରାଜପଥ ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ କୁନି ବାଳକର ଚିଠି

ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ନାରାୟଣ ସ୍ବାଇଁଙ୍କ ୯ ବର୍ଷର ପୁଅ ହେଉଛନ୍ତି ଆଶୁତୋଷ ସ୍ବାଇଁ । ଏହି ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ନିର୍ମାଣ ସୌଧର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଶୁତୋଷ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲେଖ କରିଛନ୍ତି ଯେ, ବାଲିକୁଦା ବ୍ଲକର ମାଳ-ମରିଚପୁର, କୁସୁପୁର, ଅନନ୍ତପୁର, ବରମୁଣ୍ଡଳୀ, ନହରଣା ଆଦି ଅଞ୍ଚଳ ଦେଇ ସାଗରମାଳା ପରିଯୋଜନାରେ ଉପକୂଳ ରାଜପଥ ଯିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

ଏହା ବି ପଢନ୍ତୁ- ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନ, ବିଗିଡିଲା କଂଗ୍ରେସ ନେତାଙ୍କ ସ୍ବାସ୍ଥ୍ୟବସ୍ଥା

ଏଥିପାଇଁ ନକ୍ସା ପ୍ରସ୍ତୁତ ହୋଇଥିଲା । କିନ୍ତୁ ପର ମୁହୂର୍ତ୍ତରେ ଏହାକୁ ପରିବର୍ତ୍ତନ କରାଯାଇ ସମୁଦ୍ର ଉପକୂଳ ଠାରୁ ୫ କିଲୋମିଟର ଦୂର ପରିବର୍ତ୍ତେ ୨୫ କିଲୋମିଟର ଦୂରକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି । ଫଳରେ ସମୁଦ୍ର ଉପକୂଳବର୍ତ୍ତୀ ଅନେକ ପଞ୍ଚାୟତର ଲୋକେ ବିଶେଷ ଭାବରେ ପ୍ରଭାବିତ ହେବେ ବୋଲି ଅଭିଯୋଗ କରିଛନ୍ତି । ଏହି ଉପକୂଳ ରାଜପଥଟି ସେମାନଙ୍କର ଅଞ୍ଚଳର ବିକାଶ ପାଇଁ ସହାୟକ ହୋଇପାରିବ ବୋଲି କହିଛନ୍ତି । ମାତ୍ର ନକ୍ସା ବଦଳିବା ପରେ ନିରାଶ ହୋଇଛନ୍ତି ଅଞ୍ଚଳବାସୀ । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକେ ନିଜ ଅଞ୍ଚଳକୁ ଉପକୂଳ ରାଜପଥରୁ ବାଦ୍‌ ଦିଆନଯାଉ ବୋଲି ଦାବି କରିଛନ୍ତି । ଏଥିପ୍ରତି ଦୃଷ୍ଟି ଦେବାକୁ କୁନିବାଳକ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ପାଇବା ପରେ ଜବାବ ମଧ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବାପରେ ଉପକୂଳର୍ବତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମନରେ ସାମାନ୍ୟ ଆଶା ସଞ୍ଚାର ହୋଇଛି । କେବଳ ଆଶୁତୋଷ ନୁହନ୍ତି ବରଂ ବାଲିକୁଦା ଓ ଏରସମା ଅଞ୍ଚଳର ପ୍ରାୟ ୫୨ଟି ସ୍କୁଲର ୫୦୦ରୁ ଅଧିକ ଛାତ୍ରଛାତ୍ରୀମାନେ ଏହି ପ୍ରକଳ୍ପକୁ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି । ତେବେ କୁନି ଛାତ୍ରଛାତ୍ରୀଙ୍କ ଏହି ଚିଠି ସରକାରଙ୍କ ଉପରେ କ'ଣ ପ୍ରଭାବ ପକାଉଛି ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଜଗତସିଂହପୁର

Last Updated : Nov 14, 2022, 10:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.