ETV Bharat / state

ରାସ୍ତାରେ ପାଚେରୀ ତିଆରି ନେଇ ତେଜୁଛି ବିବାଦ - ରାସ୍ତାରେ ପାଚେରୀ ତିଆରି ନେଇ ବିବାଦ

ସତସଙ୍ଗ ବିହାର କମିଟି ଓ ଦଳିତ ସାହି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ଘଟଣାସ୍ଥଳରେ ପୋଲିସ ମୁତୟନ। ଅଧିକ ପଢନ୍ତୁ

clash between two group in jagatsinghpur

author img

By

Published : May 21, 2023, 7:51 AM IST

clash between two group in jagatsinghpur

ଜଗତସିଂହପୁର: ରାସ୍ତାରେ ପାଚେରୀ ତିଆରିକୁ ନେଇ ବିବାଦ । ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ସତସଙ୍ଗ ବିହାର କମିଟି ଓ ଦଳିତ ସାହି ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ବେଳେ ପୋଲିସ ଓ ଜଗତସିଂହପୁର ତହସିଲଦାର ପହଞ୍ଚି ଆଲୋଚନା କରିଛନ୍ତି । ଗତ ଶୁକ୍ରବାର ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Egra Blast: ପଶ୍ଚିମବଙ୍ଗରେ ବ୍ଲାଷ୍ଟ ବାଲେଶ୍ବରରେ ତନାଘନା, ଭୋଗରାଇରୁ ଜଣକୁ ଉଠାଇ ନେଲା CID

ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ତହସିଲ ଅନ୍ତର୍ଗତ ହାଟ ବଜାର ନିକଟରେ ସତସଙ୍ଗ ବିହାର ରହିଛି । ଏହି ସତସଙ୍ଗ ବିହାର ସମ୍ମୁଖରେ ଏକ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ଏକ ବାତ୍ୟା ଆଶ୍ରୟ ସ୍ଥଳ ମଧ୍ୟ ରହିଛି । କିନ୍ତୁ ସତସଙ୍ଗ ବିହାରର କିଛି କର୍ମକର୍ତ୍ତା ସତସଙ୍ଗ ବିହାର ସାମ୍ନାରେ ଥିବା ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟ ସ୍ଥଳକୁ ନିଜ ଅଧିନକୁ ନେବା ସହିତ ଏହାର ଚତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ କାର୍ଯ୍ୟ କରାଯାଉଛି । ଏହାକୁ ଦଳିତ ସାହିର କିଛି ଲୋକ ବିରୋଧ କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ନୂଆ ରୂପ ପାଇବ ଜଗତପୁର ଶିଳ୍ପାଞ୍ଚଳ, ଉଦ୍ୟୋଗୀଙ୍କ ସହ ଆଲୋଚନା କଲେ MSME ସଚିବ

ସତସଙ୍ଗ ବିହାରର କର୍ମକର୍ତ୍ତାଙ୍କ କହିବା ଅନୁଯାୟୀ, 2000 ମସିହାରେ ସତସଙ୍ଗ ବିହାର ପାଇଁ ଏଠାରେ ଜାଗା କିଣା ଯାଇଥିଲା । ସତସଙ୍ଗ ବିହାରର ଜାଗାରେ ଦଳିତ ଲୋକ ମାନେ ରାସ୍ତା ନିର୍ମାଣ କରି ଯାଅ ଆସ କରୁଥିଲେ । ଆମେ ସେଠାରେ ପାଚେରୀ ନିର୍ମାଣ କରିବାରୁ ସେମାନେ ବିରୋଧ କରୁଛନ୍ତି ଯାହା ବେଆଇନ । ଅନ୍ୟପଟେ ରାସ୍ତା କଡରେ ଏକ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟ ସ୍ଥଳୀ ଥିବା ବେଳେ ତାହା ସତସଙ୍ଗ ବିହାର ଅଧିନକୁ କିପରି ଗଲା ଓ ବାତ୍ୟା ଆଶ୍ରୟ ସ୍ଥଳକୁ ସତସଙ୍ଗ ବିହାର କର୍ମକର୍ତ୍ତା କିଭଳି ନିଜ ରୋଷେଇ ଘର ଭାବେ ବ୍ୟବହାର କରୁଛନ୍ତି ତାକୁ ନେଇ ଦଳିତ ସାହି ପ୍ରଶ୍ନ କରିଛନ୍ତି ।

ବିଦ୍ୟାଳୟ, ବାତ୍ୟା ଆଶ୍ରୟ ସ୍ଥଳ ଓ ଏବେ ରାସ୍ତାକୁ ଜବର ଦଖଲ କରାଯାଉଛି ବୋଲି ଦଳିତ ସାହିର ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗତ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇବା ପରେ ଜଗତସିଂହପୁର ତହସିଲଦାର ତାରିଣୀ ପ୍ରସାଦ ରାୟ ଓ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କ ସହ ଆଲୋଚନା କରିଥିଲେ । ଘଟଣାସ୍ଥଳରେ ପୋଲିସ ମଧ୍ୟ ମୁତୟନ ହୋଇଛି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.