ଜଗତସିଂହପୁର: ୧୫ଦଫା ଦାବି ନେଇ ଶ୍ରମିକ ସଂଗଠନ ସିଆଇଟିୟୁ(CITU) ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ଘେରାଉ । ଶ୍ରମିକ ସଂଗଠନର ରାଜ୍ୟ ଉପସଭାପତି ଲୋଭାକାନ୍ତ ସ୍ବାଇଁଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ ଏକଜୁଟ୍ ହୋଇ ଶ୍ରମିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରଥିଲେ । ଶ୍ରମିକ ସଂଗଠନର ଦେଶବ୍ୟାପି ଆଇନ ଅମାନ୍ୟ ଆନ୍ଦୋଳନରେ ଓଡିଶା ନିର୍ମାଣ ଶ୍ରମିକ ଜଗତସିଂହପୁର ଶାଖା ସାମିଲ ହୋଇଛି । ଶ୍ରମିକ ସଂଗଠନର ସଦସ୍ୟ ଶ୍ରମ କାର୍ଯ୍ୟାଳୟରେ ପହଞ୍ଚିବାପରେ ବିଭିନ୍ନ ନାରାବାଜୀ କରିଥିଲେ ଓ ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।
ବୟଜ୍ୟେଷ୍ଠ ଶ୍ରମିକମାନଙ୍କୁ ମାସିକ ଦଶ ହଜାର ଟଙ୍କା ପେନସନ୍, ଚାଷୀ ଫସଲର ଉଚିତ୍ ମୂଲ୍ୟ, ସ୍କିମ ଶ୍ରମିକ ମାଙ୍କୁ ସର୍ବନିମ୍ନ ମଜୁରୀ, ଶ୍ରମିକଙ୍କ ଝିଅ ବାହାଘର ପାଇଁ ସହାୟତା ମୁଖ୍ୟ ଦାବି ରହିଛି । ସେହିପରି ପିଲାଙ୍କ ପାଠପଢ଼ା ସହାୟତା ସହ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଉପରୁ GST ପ୍ରତ୍ୟାହାର ନେଇ ଦାବି କରିଛି କୃଷକ ସଂଘଠନ । ଏନେଇ ୧୫ଦଫା ଦାବିପତ୍ର ଶ୍ରମ ଅଧିକାରୀଙ୍କ ଜରିଆରେ ଶ୍ରମ କମିଶନରଙ୍କୁ ପ୍ରଦାନ କରାଯାଇଛି ।
ଇଟିଭି ଭାରତ, ଜଗତସିଂହପୁର