ETV Bharat / state

Cheated In Love: ବାହା ହେବ କହି ଠକି ଦେଲା ପ୍ରେମିକ, ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମିକା - girl attempts suicide in jagatshingpur

ପ୍ରଥମେ ପ୍ରେମ ଜାଲରେ ଫସାଇ ଏକ ବର୍ଷ ଧରି ଏକାଠି ରହିଲେ । ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ସ୍ଥାପନ କଲେ । କିଛି ଦିନ ଧରି ସବୁ ଠିକ ଠାକ ଚାଲିଲା । ବିବାହ କଥା ଉଠିବାରୁ ଯୁବକ ଜଣକ ଯୁବତୀଙ୍କୁ ଛାଡି ଚମ୍ପଟ ମାରିଲେ । ଅଧିକ ପଢନ୍ତୁ

Jagatsingpur
Jagatsingpur
author img

By

Published : Dec 23, 2021, 9:27 AM IST

ଜଗତସିଂହପୁର: ପ୍ରଥମେ ପ୍ରେମ ଜାଲରେ ଫସାଇ ଏକ ବର୍ଷ ଧରି ଏକାଠି ରହିଲେ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କଲେ । କିଛି ଦିନ ଯାଏଁ ସବୁ ଠିକଠାକ୍ ଚାଲିଥିଲା ମଧ୍ୟ । ହେଲେ ବିବାହ କଥା ଉଠିବାରୁ ଯୁବତୀଙ୍କୁ ଛାଡି ଚମ୍ପଟ ମାରିଲେ ଯୁବକ । ଯାହାପରେ ପ୍ରେମ ପ୍ରତାରଣା ଅଭିଯୋଗ ଆଣି ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଯୁବତୀ । ପ୍ରେମ ପ୍ରତାରଣାର ଏଭଳି ଅଭିଯୋଗ ସାମ୍ନାକୁ ଆସିଛି ଜଗତସିଂହପୁରରୁ ।

ଶାରୀରିକ ସମ୍ପର୍କ ରଖିଲେ, ବିବାହ କରିବାକୁ ମନା କଲେ

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ରାଧାଦେଇପୁର ଗ୍ରାମର ଜଣେ ଦଳିତ ବର୍ଗର ଯୁବତୀ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେହି ସଂସ୍ଥାରେ ଥିବା ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଖେରସ ଗ୍ରାମର ଜଗନ ପଲାଉରୀ ନାମକ ଜଣେ ଯୁବକ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢିଲା । ଯୁବକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କଲେ । ଗୋଟିଏ ବର୍ଷ ଧରି ଏକତ୍ର ରହିଥିଲେ । ହେଲେ ଯୁବତୀ ଜଣକ ବିବାହ ପାଇଁ ଜିଦ୍ ଧରିବାରୁ ଜଗନ ତାଙ୍କୁ ଛାଡି ଫେରାର୍ ହୋଇଗଲେ ।

ଅନ୍ୟ କୌଣସି ଉପାୟ ନପାଇ ଶେଷ ଯୁବତୀ ଜଣଙ୍କ ଜଗନଙ୍କ ଜଗତସିଂହପୁର ଖେରସ ସ୍ଥିତ ଘରେ ପହଞ୍ଚି ବିବାହ ପାଇଁ ଜିଦ ଧରିଥିଲେ । ହେଲେ ଜଗନଙ୍କ ପରିବାର ଲୋକେ ଯୁବତୀଙ୍କୁ ମାଡ ମାରିଥିଲେ । ଏଥିରେ ଅତିଷ୍ଠ ହୋଇ ଯୁବତୀ ଜଣକ ସେଠାରେ ଆସି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପ୍ରାଥମିକ ଚିକିତ୍ସା ପରେ ଯୁବତୀ ଜଣକ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.