ETV Bharat / state

ମା' ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରାର ହଳଦୀ ପାଣି ଉତ୍ସବ ଅନୁଷ୍ଠିତ - chandan yatra

ଜଗତସିଂହପୁର ଜିଳ୍ଲାର ମା' ଶାରଳାଙ୍କ ମନ୍ଦିରରେ ଚନ୍ଦନ ଯାତ୍ରାର ହଳଦୀ ପାଣି ଉତ୍ସବ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଚନ୍ଦନ ଯାତ୍ରାର ହଳଦୀ ପାଣି ଉତ୍ସବ ଅନୁଷ୍ଠିତ
ଚନ୍ଦନ ଯାତ୍ରାର ହଳଦୀ ପାଣି ଉତ୍ସବ ଅନୁଷ୍ଠିତ
author img

By

Published : Jun 4, 2021, 9:37 AM IST

ଜଗତସିଂହପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ମନ୍ଦିରରେ ଚନ୍ଦନ ଯାତ୍ରାର ହଳଦୀ ପାଣି ଉତ୍ସବ ଅନୁଷ୍ଠିତ ହୋଇଛି । ମା'ଙ୍କ ଚଳନ୍ତି ପ୍ରତିମା ମଣି ବିମାନରେ ବିଜେ କରିଥିଲେ । ଏହା ପରେ ଚନ୍ଦନ ଚାପ ପାଇଁ ବିଜେ କରିଥିଲେ ।

ଚନ୍ଦନ ଯାତ୍ରାର ହଳଦୀ ପାଣି ଉତ୍ସବ ଅନୁଷ୍ଠିତ

ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଚନ୍ଦନ ଯାତ୍ରାର ହଳଦୀ ପାଣି ଉତ୍ସବ ଶୁକ୍ରବାର ପାଳନ କରାଯାଇଛି । ଯାହା ଆଜି (ଶୁକ୍ରବାର) ଶେଷ ହେବ । ମାଙ୍କୁ ଚନ୍ଦନ ପୁଷ୍କରିଣୀ ଚତୁଃପାର୍ଶ୍ବରେ ଏକୋଇଶ ଥର ପରିକ୍ରମା କରାଯିବା ପରେ ଦୀପ ଦଣ୍ଡିରେ ମାଙ୍କୁ ବିଜେ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ବିଧି ମୁତାବକ ହଳଦୀ ପାଣିରେ ମାଙ୍କୁ ସ୍ନାନ କରାଯିବା ପରେ ଚନ୍ଦନ କୁଣ୍ଡରେ ଜଳଶାୟୀ କରାଯାଇଥିଲା ।

ମା' ଶାରଳାଙ୍କର ଚନ୍ଦନ ଯାତ୍ରା ଉତ୍ସବ କାହିଁ କେଉଁ କାଳରୁ ପରମ୍ପରା ଅନୁଯାୟୀ ଚାଲି ଆସୁଛି । ଗତବର୍ଷ କୋଭିଡ କଟକଣା ହେତୁ ମନ୍ଦିର ଭିତରେ ପରମ୍ପରା ଅନୁଯାୟୀ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ କୋଭିଡ କଟକଣାରେ ବିନା ଭକ୍ତରେ ମନ୍ଦିହ ବାହାରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.