ଜଗତସିଂହପୁର: ବଡ଼ ବାବୁଙ୍କ ଅବହେଳା ପାଇଁ 11 କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ହାରିଥିଲେ ଲାଇନ ମ୍ୟାନ। ଜଗତସିଂହପୁର ଏରସମା ଅଧିନସ୍ଥ ପୋଖରିଆପଡାର ନୀଳମଣି ସ୍ବାଇଁ ଗତ ୧୪ ତାରିଖରେ ବିଦ୍ୟୁତ କାମ କରୁଥିବାବେଳେ ହଠାତ୍ କରେଣ୍ଟ ଚାର୍ଜ ହୋଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏ ଘଟଣାରେ ଏବେ କାର୍ଯାନୁଷ୍ଠାନ ଗ୍ରହଣ କରିଛି ସେସୁ।
ଏରସମା ଇଲେକ୍ଟ୍ରି ଡିଭିଜନର ଜୁନିୟର ଇଞ୍ଜିନିୟର ଚିନ୍ମୟ ମହାନ୍ତିକୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରିଛି ସେସୁ। ବିଭାଗୀୟ କର୍ମଚାରୀଙ୍କ ମୃତ୍ୟୁପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ଜେନେରାଲ ମ୍ୟାନେଜର । ହଠାତ ଲାଇନ ଚାର୍ଜ ହେବାରୁ ଲାଇନମ୍ୟାନଙ୍କ ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି।
ତେବେ ଏହା ପଛରେ ଜୁନିୟର ଇଞ୍ଜିନିୟରଙ୍କ ସୁରକ୍ଷା ଓ କାର୍ଯରେ ଅବହେଳା ଯୋଗୁଁ ଅଘଟଣ ଘଟିଥିଲା ବୋଲି ସାଙ୍ଘାତିକ ଅଭିଯୋଗ ହୋଇଛି । ଯାହାକୁ ନେଇ ଜୁନିୟର ଇଞ୍ଜିନିୟରକୁ ନିଲମ୍ବିତ କରିଛି ସେସୁ। ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ତାଗିଦ କରିଛି ସେସୁ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ