ETV Bharat / state

Jawad Effect: ଜଗତସିଂହପୁରରେ କ୍ଷୟକ୍ଷତିର ଆକଳନ କଲା କେନ୍ଦ୍ରୀୟ ଟିମ୍‌

ବାତ୍ୟା ଜୱାଦ ଜନିତ ଲଗାଣ ବର୍ଷାରେ ଉପକୂଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାଷ ନଷ୍ଟ ହୋଇଛି । ଅମଳ ହେବାକୁ ଥିବା ଧାନବିଲରେ ଏବେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଅଧିକ ପଢ଼ନ୍ତୁ

author img

By

Published : Dec 12, 2021, 8:11 PM IST

Jawad Effect: ଜଗତସିଂହପୁରରେ କ୍ଷୟକ୍ଷତିର ଆକଳନ କଲା କେନ୍ଦ୍ରୀୟ ଟିମ୍‌
Jawad Effect: ଜଗତସିଂହପୁରରେ କ୍ଷୟକ୍ଷତିର ଆକଳନ କଲା କେନ୍ଦ୍ରୀୟ ଟିମ୍‌

ଜଗତସିଂହପୁର: ବାତ୍ୟା ଜୱାଦ ଜନିତ ଲଗାଣ ବର୍ଷାରେ ଉପକୂଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାଷ ନଷ୍ଟ ହୋଇଛି । ଅମଳ ହେବାକୁ ଥିବା ଧାନବିଲରେ ଏବେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଧାନ ଗଜା ହୋଇ ବିଲରେ ନଷ୍ଟ ହୋଇଯାଇଥିବା ବେଳେ ଚାଷୀକୁଳ ହତାଶ ହୋଇପଡ଼ିଛି l ଏହି କ୍ଷୟକ୍ଷତିର ଆକଳନ କରିବା ପାଇଁ ଜଗତସିଂହପୁର ଜିଲ୍ଲା ପହଞ୍ଚିଥିଲା କେନ୍ଦ୍ରୀୟ ଟିମ୍ ।

ଏହା ବି ପଢ଼ନ୍ତୁ କେନ୍ଦ୍ରାପଡ଼ାରେ କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍‌

କ୍ଷୟକ୍ଷତି ଆକଳନ କରିବା ଦୁଇଜଣିଆ କେନ୍ଦ୍ରୀୟ ଟିମ୍‌ କୁଜଙ୍ଗ ଓ ଏରସମା ଓ ତିର୍ତ୍ତୋଲ ଅଞ୍ଚଳର ବର୍ଷାରେ ପ୍ରଭାବିତ ଚାଷ ଜମି ଗୁଡ଼ିକ ବୁଲି ଦେଖିଥିଲେ । ଏହା ସହିତ ସ୍ଥାନୀୟ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି l କୃଷକଙ୍କ ସହିତ ଆଲୋଚନା କରିବା ପରେ ସ୍ଥାନୀୟ କୃଷି ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ବାତ୍ୟା ଜୱାଦ ଜନିତ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଫେରିଛି ଏହି କେନ୍ଦ୍ରୀୟ ଟିମ୍‌ । ଡିସେମ୍ବର ଶେଷ ବେଳକୁ କ୍ଷୟକ୍ଷତିକୁ ନେଇ ଏକ ରିପୋର୍ଟ ଦାଖଲ କରିବ ଏହି ଟିମ୍‌ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହାକୁ ଅନୁଧ୍ୟାନ କରାବା ପରେ କ୍ଷୟକ୍ଷତିର ଅନୁଦାନ ମିଳିବ । ଏହାକ ନେଇ କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ସୂଚନା ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.