ETV Bharat / state

୨୨୦ କୋଟିର ଡ୍ରଗ୍ସ ଜବତ ଘଟଣା: ସିଲ ହେଲା ଜାହାଜ, ୨୧ ନାବିକ ଅଟକ - କୋକେନ ଜବତ ପରେ ଜାହାଜ ସିଲ

ପାରାଦ୍ୱୀପ ବନ୍ଦରରୁ ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣା । ସିଲ ହେଲା ଜାହାଜ । ୨୧ ନାବିକ ଅଟକ ରଖି ପଚରାଉଚରା କଲେ କଷ୍ଟମ ଅଧିକାରୀ । ଅଧିକ ପଢନ୍ତୁ

କୋକେନ ଜବତ ମାମଲାରେ ତଦନ୍ତ ଜାରି
କୋକେନ ଜବତ ମାମଲାରେ ତଦନ୍ତ ଜାରି
author img

By ETV Bharat Odisha Team

Published : Dec 3, 2023, 9:09 AM IST

ପାରାଦ୍ବୀପ: ପାରାଦ୍ୱୀପ ବନ୍ଦରରେ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣା ପଛରେ କିଏ, ସେନେଇ ଚାଲିଛି ତନାଘନା । କଷ୍ଟମ ବିଭାଗ, କୋଷ୍ଟଗାର୍ଡ ଓ ପାରାଦ୍ବୀପ ପୋଲିସ ଜାହାଜରେ ଥିବା ୨୧ ଜଣ ନାବିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଶନିବାର ଜାହାଜ ଭିତରେ ସନ୍ଧାନୀ କୁକୁର ସାହାଯ୍ୟରେ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି । କେମିତି ଏତେ ଯାଞ୍ଚ ପ୍ରକ୍ରିୟା ପାର୍ କରି ଉକ୍ତ ଜାହାଜ ଓଡିଶାରେ ପହଞ୍ଚିଲା ତାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି । କୌଣସି ଜାହାଜ ପାରାଦ୍ବୀପ ବନ୍ଦର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ୮ଟି ସ୍ଥାନରେ ଯାଞ୍ଚ କରାଯାଇଥାଏ । ଏହାପରେ ଜାହାଜ ଆଙ୍କରେଡକୁ ଆସି ପଣ୍ୟ ପରିବହନ କରିଥାଏ । ତେଣୁ ବନ୍ଦର ମଧ୍ୟରେ ଥିବା ୮ଟି ଯାଞ୍ଚ ସ୍ଥଳରେ ନିୟୋଜିତ ଅଧିକାରୀମାନେ କିପରି ଏ ବିଷୟରେ ଜାଣାପାରିଲେ ନାହିଁ ସେନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ କରୁଛି ।

ଶନିବାର ଦିନ ତମାମ ଜାହାଜକୁ ଯାଞ୍ଚ କରାଯିବା ପରେ ଏହାକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି । କୋଷ୍ଟଗାର୍ଡ, ପୋଲିସ ଓ କଷ୍ଟମ ଅଧିକାରୀମାନେ ଏଥିରେ ଥିବା ସମସ୍ତ ୨୧ ଜଣ ନାବିକଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି । ଏହି ଜାହାଜ ପ୍ରଥମେ ଇଜିପ୍ଟରୁ ଇଣ୍ଡୋନେସିଆ ଓ ସେଠାରୁ ପାରାଦ୍ବୀପରେ ପହଞ୍ଚିଥିଲା । ପାରାଦ୍ବୀପ ବନ୍ଦରରୁ ଷ୍ଟିଲ ପ୍ଲେଟ ନେଇ ଡେନମାର୍କ ଯାଇଥାନ୍ତା । ତେବେ ପାରାଦ୍ବୀପ ବନ୍ଦର ଦେଇ ଏତେ ପରିମାଣର ଡ୍ରଗ୍ସ ଚାଲାଣ ହେବା ଚାରିଆଡେ ହଇଚଇ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ: ପାରାଦୀପ ବନ୍ଦରରେ ଧଳା ଜହର କାରବାର ! ଜାହାଜରୁ ୨୦୦ କୋଟିର କୋକେନ୍ ଜବତ

ସୂଚନାଯୋଗ୍ୟ ଯେ, ଭାରତରେ NDPS ଆକ୍ଟ 1985 ଅନୁଯାୟୀ କୋକେନ୍ ଡ୍ରଗ୍ସ ସମ୍ପୂର୍ଣ୍ଣ ନିଷିଦ୍ଧ ଅଟେ । ଗତକାଲି ମିଳିଥିବା କୋକେନର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୨୨୦ କୋଟି ଟଙ୍କା ଆକଳନ କରାଯାଇଛି । ପାରାଦ୍ୱୀପ ବନ୍ଦର ଦେଇ ବିଦେଶରୁ ଆସୁଥିବା ଏହି ନିଶାଦ୍ରବ୍ୟ ପ୍ରଥମ ଘଟଣା, ନା ଆଗରୁ ଏହିଭଳି କାରବାର ଚାଲିଛି ତାହାକୁ ନେଇ ପ୍ରଶ୍ନ ଉଠିଛି । ବିଦେଶୀ ନିଶା ବ୍ୟବସାୟୀମାନେ ଜଳପଥରେ ନିଶାଦ୍ରବ୍ୟ ଚାଲାଣ କରୁଥିବାର ସନ୍ଦେହ ସୃଷ୍ଟି ହୋଇଛି ।

ଶୁକ୍ରବାର ରାତିରେ ଏମଭି ଦେବୀ ଉକ୍ତ ନାମକ ଜାହାଜ ପାରାଦ୍ବୀପ ବନ୍ଦରରେ ପହଞ୍ଚିଥିଲା । ଏହା ଷ୍ଟିଲ ପ୍ଲେଟ ନେଇ ଡେନମାର୍କ ଯାଇଥାନ୍ତି । ଷ୍ଟିଲ ପ୍ଲେଟ ଅପଲୋଡ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ କଷ୍ଟମ ବିଭାଗ ପହଞ୍ଚି ଯାଞ୍ଚ କରିଥିଲା । ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ଜାହାଜରୁ ୨୨୦ କୋଟି ଟଙ୍କାର ୨୨ କୋକେନ ପ୍ୟାକଟ ଜବତ କରାଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.