ETV Bharat / state

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ

author img

By

Published : Feb 19, 2023, 8:20 AM IST

Updated : Feb 19, 2023, 10:54 AM IST

କଟକ-ପାରାଦ୍ୱୀପ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର । ଅଳ୍ପକେ ବର୍ତ୍ତିଗଲେ କାର ଚାଳକ । ଅଧିକ ପଢନ୍ତୁ

ହୁତୁହୁତୁ ହୋଇ ଜଳିଗଲା କାର୍
ହୁତୁହୁତୁ ହୋଇ ଜଳିଗଲା କାର୍
ହୁତୁହୁତୁ ହୋଇ ଜଳିଗଲା କାର୍

ଜଗତସିଂହପୁର: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର । ଅଳ୍ପକେ ରକ୍ଷା ପାଇଲେ କାର ଚାଳକ । ଗତକାଲି(ଶନିବାର) ଜଗତସିଂହପୁର ଜିଲ୍ଲା କଟକ-ପାରାଦ୍ୱୀପ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

କଟକ-ପାରାଦ୍ୱୀପ ରାସ୍ତା ଏବେ ମରଣ ଯନ୍ତା ପାଲଟିଛି । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଛୋଟ ବଡ ଦୁର୍ଘଟଣା ଘଟିବା ସହ ଜୀବନ ହାନି ହେଉଥିବା ଖବର ସାମ୍ନାକୁ ଆସୁଛି । ଗତକାଲି(ଶନିବାର) କଟକ-ପାରାଦ୍ୱୀପ ରାସ୍ତାର ତରଜଙ୍ଗ ପଞ୍ଚାୟତ ଅଧୀନ ବାଲିପାଟଣା ନିକଟରେ ହଠାତ ଏକ କାରରେ ନିଆଁ ଲାଗିଯାଇଥିଲା । କାରଟିକୁ ନିଜେ ଗାଡି ମଲିକ ସୀତାକାନ୍ତ ନାୟକ ଚଲାଉଥିଲେ ।

ଏନେଇ ସେ କହିଛନ୍ତି, " ମୋର ଘର ଗଞ୍ଜାମ ଜିଲ୍ଲା ଆସ୍କାରେ କିନ୍ତୁ ମୁଁ ପାରାଦ୍ବୀପ ସ୍ଥିତ ପିପିଏଲରେ ଚାକିରି କରେ । ମୁଁ ଏକ କାମରେ କଟକରୁ ପାରାଦ୍ୱୀପ ଫେରିବା ସମୟରେ ରଘୁନାଥପୁର ଠାରେ ଗାଡିକୁ ସର୍ଭିସିଂ କରାଇଥିଲି । ସେଠାରୁ ପାରାଦ୍ୱୀପ ଫେରିବା ସମୟରେ ବାଲି ପାଟଣାଠାରେ ହଠାତ ଏସି ବନ୍ଦ ହୋଇ ଯାଇଥିଲା । ଏହାର କିଛି ମିନିଟ ଭିତରେ ଗାଡି ସମ୍ପୂର୍ଣ୍ଣ ଧୂଆଁରେ ପୁରି ଯାଇଥିଲା । ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଗାଡି ଅଟକି ନଥିଲା । ବ୍ରେକ ଫେଲ ହେଲାଭଳି ଲାଗୁଥିଲା । ତେବେ ଉପସ୍ଥିତ ବୁଦ୍ଧା ଖଟାଇ ଗାଡିର ଗତିକୁ ମନ୍ଥର କରି କାରକୁ ଅଟକାଇଥିଲି । ଏହାପରେ ଗାଡିରୁ ବାହାରିବା ବେଳେ ହଠାତ ନିଆଁ ଲାଗିଯାଇଥିଲା । "

ଏହା ମଧ୍ୟ ପଢନ୍ତୁ: ଡିଏନ୍ଏ ସିକ୍ୱେନ୍ସିଂ ସେଣ୍ଟର ଉଦଘାଟନ କରିଥିଲେ IAS ଅଧିକାରୀ, କ୍ଷମତା ନେଇ ପ୍ରଶ୍ନ କଲେ ଟ୍ବିଟର ୟୁଜର୍ସ

ତେବେ କାରରେ ନିଆଁ ଲାଗିଯାଇଥିବା ଦେଖି ସ୍ଥାନୀୟ ଲୋକେ ତିର୍ତ୍ତୋଲ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କରିଥିଲେ । ସୌଭାଗ୍ୟବଶତଃ ଗାଡି ଚାଳକଙ୍କ କୌଣସି କ୍ଷତି ହୋଇନଥିବା ବେଳେ କାରଟି ଅଧା ପୋଡିଯାଇଥିବା ଦେଖାଯାଇଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏସିରୁ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।

ପ୍ରକାଶଥାଉକି, ଏହା ପୂର୍ବରୁ କେନ୍ଦ୍ରାପଡାରୁ ଅପରୂପ ଘଟଣା ସାମ୍ନାକୁ ଆସିଥିଲା । କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଗୋପେଇ-ପଣସୁଆ ପଡା ରାସ୍ତାର ବନ୍ଧମୁଣ୍ଡା ଠାରେ ରାସ୍ତାରେ ଚାଲୁଥିବା ଅବସ୍ଥାରେ କାରଟି ହଠାତ୍‌ ଜଳିଯାଇଥିଲା । ତେବେ ଖବର ପାଇ ପାଟକୁରା ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

Last Updated : Feb 19, 2023, 10:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.