ETV Bharat / state

ପାରାଦ୍ବୀପରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ - ବ୍ରାଉନସୁଗାର ଜବତ ପାରାଦ୍ବୀପ

ଜଗତସିଂହପୁର ପାରାଦ୍ବୀପରେ ଅବକାରୀ ବିଭାଗର ଚଢାଉ । 10 ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ । ଅଧିକ ପଢନ୍ତୁ...

ପାରାଦ୍ବୀପରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ
ପାରାଦ୍ବୀପରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ
author img

By

Published : Feb 24, 2021, 7:10 PM IST

ଜଗତସିଂହପୁର: ପାରାଦ୍ୱୀପରେ ଅବକାରୀ ବିଭାଗର ଚଢ଼ାଉ l ଭୂତମୁଣ୍ଡାଇ ନିକଟରୁ ୧୦ ଗ୍ରାମର ବ୍ରାଉନସୁଗାର ସହ ନଗଦ ୫ ହଜାର ଟଙ୍କା ଜବତ ହୋଇଛି । ଏଥିସହ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ପାରାଦ୍ୱୀପ ଅବକାରୀ ପୋଲିସ l

ପାରାଦ୍ବୀପରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଆଜି(ବୁଧବାର) ସକାଳ ସମୟରେ ଜଗତସିଂହପୁର ଜିଲ୍ଲପାଳ ଓ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ପେଟ୍ରୋଲିଙ୍ଗ କରୁଥିଲା । ଏହି ସମୟରେ ଭୂତମୁଣ୍ଡାଇ ନିକଟରେ ବ୍ରାଉନସୁଗାର ବେପାର ହେଉଥିବାର ଖବର ପାଇ ଅବକାରୀ ବିଭାଗର ଏକ ଟିମ ଭୂତମୁଣ୍ଡାଇ ନିକଟରେ ଚଢ଼ାଉ କରିଥିଲା । ଚଢାଉ ସମୟରେ ଅଞ୍ଚଳର ପ୍ରମୋଦ ମଲ୍ଲିକଙ୍କ ନିକଟରୁ ପୋଲିସ 10 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ପ୍ରମୋଦଙ୍କୁ ଗିରଫ କରିଛି ।

ଅଭିଯୁକ୍ତର ମେଡିକାଲ ଟେଷ୍ଟ ସରିବା ପରେ କୋର୍ଟଚାଲାଣ କରାଯିବ ବୋଲି ପାରାଦ୍ୱୀପ ଅବକାରୀ ଏସଆଇ ସୂଚନା ଦେଇଛନ୍ତି l ତେବେ ଜିଲ୍ଲାର ଭୁତମୁଣ୍ଡାଇ ନୁହେଁ ବରଂ ପାରାଦ୍ୱୀପ ଅଞ୍ଚଳର ବିଭିନ୍ନ ଗଳି, କନ୍ଦୀରେ ଅବାଧରେ ବ୍ରାଉନସୁଗାର ବେପାର ହେଉଛି । ବିଶେଷକରି କିଛି ପାନ ଦୋକାନୀମାନେ ଗଞ୍ଜେଇ ସିଗାରେଟରେ ବ୍ରାଉନସୁଗାର ମିଶାଇ ବେପାର କରୁଛନ୍ତି, ଯାହାକି କଲେଜ ପଢୁଆ ଯୁବକମାନେ ଏହି ନିଶାର ଶିକାର ହୋଇ ବିଭିନ୍ନ ଅପରାଧମୂଳକ କାର୍ଯ୍ୟରେ ଲିପ୍ତ ହେଉଥିବାର ଦେଖିବାକୁ ମିଳୁଛି l ଆଜିର ଏହି ଚଢ଼ାଉକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିବା ସହ ଅନ୍ୟ ବେପାରୀମାନଙ୍କ ଉପରେ ନଜର ରଖି ସେମାନଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି l

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.