ETV Bharat / state

ଏକ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ - ଜଗତସିଂହପୁରରୁ ବ୍ରାଉନସୁଗର ଜବତ

ଦିନକୁ ଦିନ ଜଗତସିଂହପୁରରେ ବଢୁଛି ବ୍ରାଉନସୁଗାର ବେପାର । 3 ଦିନ ମଧ୍ୟରେ 20 ଗ୍ରାମ ବ୍ରାଉନସୁଗାର ଜବତ, 2 ଗିରଫ ।

10 ଗ୍ରାମର ବ୍ରାଉନସୁଗର ଜବତ, ଜଣେ ଗିରଫ
10 ଗ୍ରାମର ବ୍ରାଉନସୁଗର ଜବତ, ଜଣେ ଗିରଫ
author img

By

Published : Feb 27, 2021, 4:56 PM IST

Updated : Feb 27, 2021, 5:04 PM IST

ଜଗତସିଂହପୁର: ପାରାଦ୍ବୀପ-କୁଜଙ୍ଗ ଓ ପାରାଦ୍ବୀପ ଅଞ୍ଚଳରେ ବଢି ଚାଲିଛି ବ୍ରାଉନସୁଗାର ବ୍ୟବସାୟ । ଗତ 3 ଦିନ ମଧ୍ଯରେ ପାରାଦ୍ବୀପ ଅବକାରୀ ବିଭାଗ 20 ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଏହି ପରିପ୍ରେକ୍ଷୀରେ ଆଜି(ଶନିବାର) କୁଜଙ୍ଗ ନିକଟରୁ 10 ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି ।

10 ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଗତସିଂହପୁର ଜିଲ୍ଲାପାଳ ଓ ଅବକାରୀ ସୁପରିଟେଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଶେସ ସୂତ୍ରରୁ ଖବର ପାଇ ପାରାଦ୍ଵୀପ ଅବକାରୀ ବିଭାଗର ଏକ ଟିମ୍ କୁଜଙ୍ଗ ବନବିହାରୀ ହାଇସ୍କୁଲ ନିକଟରୁ ଜଣେ ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ କରିଛି । ଏଥିସହ ଗିରଫ ବ୍ୟବସାୟୀଙ୍କ ନିକଟରୁ ଅବକାରୀ ବିଭାଗ 10 ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ ଲକ୍ଷ ହେବ । ଗିରଫ ଅଭିଯୁକ୍ତ ଜଣକ କୁଜଙ୍ଗ ଅଞ୍ଚଳର ଦେବାଶିଷ ଦାସ, ତାଙ୍କୁ କୋର୍ଟଚାଲାଣ କରାଯାଇଛି ।

ଅନ୍ୟପଟେ ଗତ ୨୪ ତାରିଖରେ ସମାନ ଢଙ୍ଗରେ କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ପୋଲ ନିକଟରୁ ଜଣେ ବ୍ରାଉନସୁଗାର ବ୍ୟବସାୟୀ ପ୍ରମୋଦ ମଲ୍ଲିକକୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଏବଂ ପାଞ୍ଚ ହଜାର ଟଙ୍କା ଜବତ କରିଥିଲା ଅବକାରୀ ବିଭାଗ । ମାତ୍ର ଏହାର ୩ ଦିନ ପରେ ଆଉ ଏକ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଖୁବଶୀଘ୍ର ମୁଖ୍ଯ ବ୍ୟବସାୟୀକୁ ଧରିବା ପାଇଁ ଚେଷ୍ଟା କରାଯାଉଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Feb 27, 2021, 5:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.