ETV Bharat / state

Mission 2024: ଜଗତସିଂହପୁରରେ ଗାଁ ଗାଁ ଚାଲ ଅଭିଯାନ ଆରମ୍ଭ କଲା ବିଜେପି

author img

By

Published : Apr 10, 2023, 9:42 PM IST

ଜଗତସିଂହପୁର ବିଜେପି ପକ୍ଷରୁ ପାରାଦ୍ବୀପରେ ଜନ ଜାଗରଣ ଯାତ୍ରା ଆରମ୍ଭ ହୋଇଯାଇଛି । ଗାଁ ଗାଁରେ ବୁଲି ଲୋକଙ୍କୁ ନିଜ ସପକ୍ଷରେ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ବିଜେପି ନେତା । ଅଧିକ ପଢ଼ନ୍ତୁ

ଜଗତସିଂହପୁର ବିଜେପିର ଗାଁ ଗାଁ ଚାଲ ଅଭିଯାନ
ଜଗତସିଂହପୁର ବିଜେପିର ଗାଁ ଗାଁ ଚାଲ ଅଭିଯାନ
ଜଗତସିଂହପୁର ବିଜେପିର ଗାଁ ଗାଁ ଚାଲ ଅଭିଯାନ

ଜଗତସିଂହପୁର: ସାଧାରଣ ନିର୍ବାଚନକୁ ଆଉ ମାତ୍ର ବର୍ଷେ ବାକି ଥିବାବେଳେ ଏବେଠାରୁ କିନ୍ତୁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଲେଣି । ଗାଁ ଗାଁରେ ବିଭିନ୍ନ ଦଳର ନେତା ଡେରା ପକାଇବା ସହିତ ସାଧାରଣ ଲୋକଙ୍କ ସହ ମିଶିବା ଆରମ୍ଭ କରି ଦେଲେଣି । ତେବେ ଏହି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲାରେ କିନ୍ତୁ ବିଜେପି ପାଦେ ଆଗୁଆ ରହିଛି । ଜିଲ୍ଲା ବିଜେପି ପକ୍ଷରୁ ପାରାଦ୍ବୀପରେ ଜନ ଜାଗରଣ ଯାତ୍ରା ଆରମ୍ଭ କରିବା ସହ ଗାଁ ଗାଁରେ ବୁଲି ଲୋକଙ୍କୁ ନିଜ ସପକ୍ଷରେ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି ।

ଆଜି ପାରାଦ୍ବୀପ ଓ ଏରସମାରେ ବିଜେପି ନେତା ସମ୍ପଦ ସ୍ବାଇଁଙ୍କ ନେତୃତ୍ବରେ ଓବିସି ସଂରକ୍ଷଣ ଜନ ଜାଗରଣ ଯାତ୍ରା ଆରମ୍ଭ କରାଯାଇଛି । ଏହା ଜଗତସିଂହପୁର ଜିଲ୍ଲାରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଆଜି ପ୍ରଥମେ କୁଜଙ୍ଗ ବ୍ଲକର ଫତେପୁର, ପଙ୍କପାଳ, ପୋତାନଇ, ପାଟପୁର ଓ ବାଲିଆ ପଞ୍ଚାୟତରେ ବିଜେପି ନେତାମାନେ ବୁଲିଥିଲେ । ସେହିଭଳି ଏରସମା ବ୍ଲକର ୧୫ଟି ପଞ୍ଚାୟତରେ ଆଜି ଦଳର ନେତା ମାନେ ଜନ ଜାଗରଣ ଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମ୍ପଦ ସ୍ବାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଶିକ୍ଷା ଓ ନିଯୁକ୍ତିରେ ଓବିସି ବର୍ଗମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦେବାର ସାମ୍ବିଧାନିକ ଅଧିକାର ରହିଥିବା କଥା କହିଥିଲେ ।

ଏହା କାର୍ଯ୍ୟକ୍ରମରେ ସମ୍ପଦ କହିଛନ୍ତି, "କେନ୍ଦ୍ରରେ ମୋଦି ସରକାର ସ୍ବତନ୍ତ୍ର ଓବିସି କମିଶନ ଗଠନ କରି ପଛୁଆ ବର୍ଗ ମାନଙ୍କର ଅଧିକାର ଓ କାର୍ଯ୍ୟକୁ ସ୍ବୀକୃତି ପ୍ରଦାନ କରିଛନ୍ତି । ଦେଶର ପଛୁଆ ବର୍ଗଙ୍କ ସାମଗ୍ରିକ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ସେହିପରି ମୋଦି ସରକାର ତାଙ୍କ ମନ୍ତ୍ରୀ ମଣ୍ଡଳରେ ରେକର୍ଡ ସଂଖ୍ୟକ ୨୭ ଜଣ ଓବିସି ବର୍ଗର ସାଂସଦଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୭ ପ୍ରତିଶତ ପଛୁଆ ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ନାମ ଲେଖାଇବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ରାଜ୍ୟ ସରକାର ରାଜ୍ୟର ପଛୁଆ ବର୍ଗମାନଙ୍କ ପାଇଁ କୌଣସି କାର୍ଯ୍ୟ କରିନାହାନ୍ତି । ରାଜ୍ୟରେ ୪୫ ପ୍ରତିଶତ ପଛୁଆ ବର୍ଗର ଲୋକେ ବସବାସ କରୁଥିଲେ ମଧ୍ୟ ସେହି ବର୍ଗର ପିଲାମାନଙ୍କ ପାଇଁ କୌଣସି ସଂରକ୍ଷଣ ଦିଆ ଯାଇନାହିଁ ।" ଏହା ଦୁର୍ଭାଗ୍ୟଜନକ ବୋଲି ବିଜେପି ନେତାଙ୍କ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁବୋଧ ବାରିକ, ଜିଲ୍ଲା ବିଜେପି ଉପସଭାପତି ଅରକ୍ଷିତ ଦାସ, ବିଜେପି ନେତା ନିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.