ETV Bharat / state

ଜଗତସିଂହପୁରରେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

author img

By

Published : Mar 2, 2023, 12:04 PM IST

ଜଗତସିଂହପୁରରେ ବିଜେପି ନେତା ଅଜିତ ଦାସଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଜଗତସିଂହପୁରରେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ
ଜଗତସିଂହପୁରରେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ଜଗତସିଂହପୁର: ପାରାଦ୍ବୀପରେ ବିଜେପି ନେତାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ । ପାରାଦ୍ୱୀପ ସହରର ନୂଆ ବଜାର ନିକଟରେ ବିଜେପି ନେତା ତଥା ଅଟଳ ବିହାରୀ ଟ୍ରଷ୍ଟର ଅଧ୍ୟକ୍ଷ ଅଜିତ ଦାସଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଶାବଳ, ଲୁହାରଡ଼ ଓ ଫାର୍ସାରେ ତାଙ୍କୁ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ଅଜିତଙ୍କୁ ପ୍ରଥମେ ପାରାଦ୍ବୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂଚନା ଅନୁଯାୟୀ, ପାରାଦ୍ୱୀପ ବିଜେପିର ବରିଷ୍ଠ ନେତା ଅଜିତ ଦାସ ମଙ୍ଗଳବାର ବିଳମ୍ବିତ ରାତିରେ ଫେରୁଥିବା ସମୟରେ ସହରର ମଧୁବନ ନିକଟରେ ଆଗରୁ ଛକି ରହିଥିବା ଏକାଧିକ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ଲୁହରଡ଼, ଶାବଳ, ଭୁଜାଲି ଆଦି ମାରଣାସ୍ତ୍ରରେ ତାଙ୍କୁ ଗାଡିରୁ ଘୋଷାଡି ନେଇ ମରଣାନ୍ତକ ଆକ୍ରମଣ କରିବା ସହ ଶରୀରର ବିଭିନ୍ନ ସ୍ଥାନକୁ ହାଣି ପକାଇଥିଲେ । ଏହାପରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡିଦେଇ ଚାଲି ଯାଇଥିଲେ ଦୁର୍ବୃତ୍ତ । ସ୍ଥାନୀୟ ଲୋକେ ଅଜିତ ଦାସଙ୍କୁ ଅତି ମୂର୍ମୁଷ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାରାଦ୍ୱୀପ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା ।

ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ରହିଛି ନା ରାଜନୈତିକ ଶତ୍ରୁତା କାରଣରୁ ଏହି ଘଟଣା ଘଟିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ କହିବା ଅନୁସାରେ, ଅଜିତ ଯେଉଁଠି ରହୁଥିଲେ ସେଠାରେ ତାଙ୍କ ପଡୋଶୀଙ୍କ ସହିତ ପୂର୍ବରୁ ବଚସା ହୋଇଥିଲା । ଏହାକୁ ନେଇ ଅଜିତ ଥାନାରେ ପଡୋଶୀଙ୍କ ନାମରେ ଅଭିଯୋଗ କରିଥିଲେ । ସେହି କାରଣରୁ ଆକ୍ରମଣ କରାଯାଇଛି ନା ଅନ୍ୟ କେଉଁ କାରଣ ରହିଛି ସେ ଦିଗରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି ।

ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସେପଟେ ରାଜନୈତିକ ଅଭିସନ୍ଧି ରଖି ଆକ୍ରମଣ କରାଯାଇଥିବା ପାରାଦ୍ୱୀପ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଯଦି ଠିକ ତଦନ୍ତ ନକରାଯାଇ ଦୋଷୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ ତେବେ ପାରାଦ୍ୱୀପ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି । ତେବେ ଏହି ଆକ୍ରମଣ ମାମଲାରେ ପୋଲିସ କିଛି ଲୋକଙ୍କୁ ପଚାରଉଚାର କରୁଛି । ହେଲେ ଏ ଯାଏଁ କାହାରିକୁ ଗିରଫ କରାଯାଇ ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.