ETV Bharat / state

ଜଗତସିଂହପୁରରେ 71 ତମ ସମ୍ବିଧାନ ଦିବସ ପାଳିତ - Jagatsinghpur district BJP

ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ପାଳିତ ହୋଇଛି ସମ୍ବିଧାନ ଦିବସ । ପଢନ୍ତୁ ଅଧିକ.....

ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ 71 ତମ ସମ୍ବିଧାନ ଦିବସ ପାଳିତ

author img

By

Published : Nov 26, 2020, 8:06 PM IST

ଜଗତସିଂହପୁର: ଜିଲ୍ଲା ବିଜେପି ପକ୍ଷରୁ 71 ତମ ସମ୍ବିଧାନ ଦିବସ ପାଳନ କରାଯାଇଛି। ଜିଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ବିଜେପି ନେତା ଉପେନ୍ଦ୍ର ବିଶ୍ବାଳ, ସମ୍ବିଧାନର ପ୍ରତିଷ୍ଠାତା ଭାରତରତ୍ନ ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୁତି ଚାରଣ କରିଥିଲେ।

ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ 71 ତମ ସମ୍ବିଧାନ ଦିବସ ପାଳିତ

1947ରେ ଭାରତ ସ୍ବାଧିନ ହୋଇଥିବା ବେଳେ 1949 ମସିହା ଆଜିର ଦିନରେ ଭାରତର ନିଜସ୍ବ ସମ୍ବିଧାନ ପ୍ରଣୟନ କରାଯାଇଥିଲା। ତେବେ ଗତ 2015 ରୁ ଏହି ଦିନକୁ ସମ୍ବିଧାନ ଦିବସ ଭାବେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେବେଠାରୁ ଏହାକୁ ଦେଶବ୍ୟାପୀ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ସୌଭାଗ୍ୟ ମହାନ୍ତି, ସାଧାରଣ ସମ୍ପାଦକ ଜଗନ୍ନାଥ ଦାସ, ନଗର ସମ୍ପାଦକ ସମୀର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.