ଜଗତସିଂହପୁର: ବିଜେଡି କର୍ମୀ ସମ୍ମିଳନୀରେ କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଲା ଜିଲ୍ଲା ବିଜେପି । ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି କରିଥିବା କର୍ମୀ ସମ୍ମିଳନୀକୁ ଜିଲ୍ଲା ବିଜେପି ବିରୋଧ କରିଛି।
ଏହି କର୍ମୀ ସମ୍ମୀଳନୀରେ ରାଜ୍ୟ ସରକାରଙ୍କ ଦୁଇଜଣ ମନ୍ତ୍ରୀ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଓ ସାଂସଦ କୋଭିଡ ଗାଇଡ ଲାଇନକୁ ଆବମାନନା କରି କିପରି ଶହଶହ କର୍ମୀଙ୍କୁ ଏକଜୁଟ୍ କଲେ ତାକୁ ନେଇ ଜଗସିଂହପୁର ଜିଲ୍ଲା ବିଜେପି ପ୍ରଶ୍ନ ଉଠାଇଛି। ଏହାକୁ ନେଇ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଏସପି ପ୍ରକାଶ ରଙ୍ଗରାଜଙ୍କୁ ଭେଟି ଏ ସଂମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ୍ ନିୟମକୁ ସେଠାରେ ଉପସ୍ଥିତ ଥିବା ବିଜେଡି ନେତା ମନ୍ତ୍ରୀ ସାଂସଦ ଉଲ୍ଲଘଂନ କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଦାବି କରିଛି।
ସୂଚନାଥାଉକି ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ତିନି ଦଳରେ ବର୍ତ୍ତମାନ ରାଜନୈତିକ ଉଷ୍ଣତା ଆରମ୍ଭ ହୋଇଗଲାଣି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ