ETV Bharat / state

ଜଗତସିଂହପୁରରେ ବିଜେଡି ଦୁଇଫାଳ !

ଦଳ ଭିତରେ କନ୍ଦଳ ହେଉ ବା ବ୍ୟକ୍ତିଗତ ମତଭେଦ, ଯାହାର ପ୍ରଭାବ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବିଜେଡି ଜନସମ୍ପର୍କ ପଦଯାତ୍ରାରେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲା ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ବୈଠକରେ ଦେଖିବାକୁ ମିଳିନଥିଲା ଜିଲ୍ଲାର ପୁରୁଣା ନେତାଙ୍କୁ ।

author img

By

Published : Oct 3, 2019, 11:55 PM IST

Updated : Oct 4, 2019, 4:22 PM IST

ଜଗତସଂହପୁରରେ ବିଜେଡି ଦୁଇଫାଳ

ଜଗତସିଂହପୁର: ଜିଲ୍ଲାରେ ବିଜେଡି ଦୁଇ ଫାଳ । ଜଗତସଂହପୁର ଜିଲ୍ଲା ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଏହା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲା ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ବୈଠକରେ ଦେଖିବାକୁ ମିଳିନଥିଲା ଜିଲ୍ଲାର ପୁରୁଣା ଓ ପୁରୁଖା ମୁଖିଆଙ୍କୁ ।

ଜଗତସଂହପୁରରେ ବିଜେଡି ଦୁଇଫାଳ

ଖବର ଅନୁଯାୟୀ, ଆୟୋଜିତ ବୈଠକରେ ଜଳ ସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ,ସାଂସଦ ରାଜଶ୍ରୀ ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ଯୋଗ ଦେଇଥିଲେ ।

କିନ୍ତୁ ଏହି ଉତ୍ସବରେ ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ଵିଷ୍ଣୁ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜିଲ୍ଲା ପରିଷଦ ଅଧକ୍ଷା ପ୍ରିୟଦର୍ଶିନୀ ବିଶ୍ବାଳ ଯୋଗ ନଦେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସଙ୍କ ସହ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସହ ସମ୍ପର୍କ ଭଲ ନଥିବା କୁହାଯାଉଥିବା ବେଳେ ସାଂସଦ ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ଵିଷ୍ଣୁ ଦାସଙ୍କ ମଧ୍ୟରେ ବିବାଦ ବେଶ ପୁରୁଣା । ଆଜି ମଧ୍ୟ ଜନସମ୍ପର୍କ ପଦଯାତ୍ରାରେ ନାଁ ନନେଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସାହୁ ଵିଷ୍ଣୁ ଦାସଙ୍କ ଉପରେ ବର୍ଷି ଥିଲେ । ମୋଟାମୋଟି ଭାବେ ଦେଖିବାକୁ ଗଲେ ଜନସମ୍ପର୍କ ପଦଯାତ୍ରାରେ ବିଜେଡ଼ିର ଆଭ୍ୟନ୍ତରୀଣ ଗୋଷ୍ଠି କନ୍ଦଳ ଜଳଜଳ ହୋଇ ଦେଖିବାକୁ ମିଳିଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାରେ ବିଜେଡ଼ି ର ଜନସମ୍ପର୍କ ପଦଯାତ୍ରା ଆଜି ଜିଲାପାଳ ଙ୍କ କାର୍ଯ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜଳ ସମ୍ପଦ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ,ସାଂସଦ ରାଜଶ୍ରୀ ମାଲିକ, ଜିଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଯୋଗ ଦେଇଥିଲେ କିନ୍ତୁ ଏହି ଉତ୍ସବ ରେ ବିଜେଡି ର ବରିଷ୍ଠ ନେତା ତଥା ତ୍ରିତଲ ବିଧାୟକ ଵିଷ୍ଣୁ ଦାସ , ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜିଲାପରିସଦ ଅଧକ୍ଷା ପ୍ରିୟ ଦର୍ଶିନୀ ବିଶ୍ବାଳ ଯୋଗ ଦେଇ ନଥିଲେ, ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି।ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ଙ୍କ ସହ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କ ସହ ସମ୍ପର୍କ ଭଲ ନଥିବା କୁହାଯାଉଥିବା ବେଳେ ସାଂସଦ ରାଜଶ୍ରୀ ମାଲିକ ଓ ତ୍ରିତଲ ବିଧାୟକ ଵିଷ୍ଣୁ ଦାସ ଙ୍କ ମଧ୍ୟରେ ବିବାଦ ବେଶ ପୁରୁଣା।ଆଜି ମଧ୍ୟ ଜନ ସମ୍ପର୍କ ପଦଯାତ୍ରା ରେ ନାଁ ନ ନେଇ ଜିଲାପରିସଦ ଉପାଧ୍ୟକ୍ଷ ଲିଙ୍ଗରାଜ ସାହୁ ଵିଷ୍ଣୁ ଦାସ ଙ୍କ ଉପରେ ବର୍ଷି ଥିଲେ। ମୋଟାମୋଟି ଭାବେ ଦେଖିବାକୁ ଗଲେ ଜନସମ୍ପର୍କ ପଦଯାତ୍ରା ରେ ବିଜେଡ଼ି ର ଆଭ୍ୟନ୍ତରୀଣ ଗୋଷ୍ଠି କନ୍ଦଳ ଜଳ ଜଳ ହୋଇ ଦେଖି ବାକୁ ମିଳିଥିଲା

Body:format_AVO

Conclusion:Report_susanta kumar patra
jagatsinghpur
Last Updated : Oct 4, 2019, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.