ETV Bharat / state

ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଗୁରୁତର, ICUରେ ଭର୍ତ୍ତି

ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଗତ ପାଞ୍ଚ ଦିନ ତଳେ ଜ୍ଵରରେ ଆକ୍ରାନ୍ତ ହୋଇଥିଲେ। ରକ୍ତ ନମୁନାରୁ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣା ପଡିଥିଲା। ପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଉ ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ଖବର ମିଳିଛି। ଅଧିକ ପଢନ୍ତୁ

ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଗୁରୁତର, ଆଇସିୟୁରେ ଭର୍ତ୍ତି

author img

By ETV Bharat Odisha Team

Published : Oct 10, 2023, 11:00 PM IST

Updated : Oct 11, 2023, 6:36 AM IST

ଜଗତସିଂପୁର: ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଉଚ୍ଚତର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ପ୍ରଶାନ୍ତ ଏବେ ଆଇସିୟୁରେ ଅଛନ୍ତି ।

ଏହି ଖବର ଆସିବା ପରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପଦଯାତ୍ରା ସାମୁହିକ ଭାବେ ବନ୍ଦ ରଖାଯାଇଛି । ସେପଟେ ପ୍ରଶାନ୍ତଙ୍କ ଅସୁସ୍ଥତା ନେଇ ଖବର ପାଇବା ପରେ ସମର୍ଥକ ଓ ପ୍ରଶଂସକ ମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛନ୍ତି ।

ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଗତ ପାଞ୍ଚ ଦିନ ତଳେ ଜ୍ଵରରେ ଆକ୍ରାନ୍ତ ହୋଇଥିଲେ। ରକ୍ତ ନମୁନାରୁ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣା ପଡିଥିଲା। ପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଉ ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ଖବର ମିଳିଛି ।

ସୂଚନା ଥାଉ କି ଗତ ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ସାଧାରଣ ଲୋକଙ୍କ ପାଖେ ପହଞ୍ଚି ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ । ସୁପ୍ରିମୋଙ୍କ ଆଦେଶ ପରେ ବିଜେଡିର ନେତା ତଥା କର୍ମୀ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଏହି କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଏଥିରେ ହଜାର ହଜାର ସଂଖ୍ୟାରେ ସମର୍ଥକ ସାମିଲ ହୋଇ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି ।

ଜଗତସିଂହପୁରରେ ମଧ୍ୟ ବିଜେଡି ପଦଯାତ୍ରାର ମଙ୍ଗ ଧରିଥିଲେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ତେବେ ସେ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଏହି ପଦଯାତ୍ରା କାର୍ଯ୍ୟକ୍ରମକୁ ଜିଲ୍ଲାରେ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି । ସେ ସୁସ୍ଥ ହେବାପରେ ପୁନଃ ବିଜେଡିର ପଦଯାତ୍ରା ଆରମ୍ଭ ହେବ ।

ଇଟିଭି ଭାରତ, ଜଗତସିଂପୁର

Last Updated : Oct 11, 2023, 6:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.