ETV Bharat / state

ଆଉ ଦିନ କେଇଟା ପରେ କଳିଙ୍ଗ ବାଲିଯାତ୍ରା, ସମ୍ପନ୍ନ ହେଲା ଭୂମିପୂଜା - କଳିଙ୍ଗ ବାଲିଯାତ୍ରା

ପାରାଦ୍ବୀପ କଳିଙ୍ଗ ବାଲିଯାତ୍ରା ପାଇଁ ବାଲିଯାତ୍ରା ପଡିଆରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ଆୟୋଜନ କରାଯିବ । ଅଧିକ ପଢନ୍ତୁ

କଳିଙ୍ଗ ବାଲିଯାତ୍ରା ପାଇଁ ଭୂମିପୂଜା ସମ୍ପନ୍ନ
କଳିଙ୍ଗ ବାଲିଯାତ୍ରା ପାଇଁ ଭୂମିପୂଜା ସମ୍ପନ୍ନ
author img

By

Published : Oct 15, 2022, 10:33 AM IST

ଜଗତସିଂହପୁର: ଅତୀତର ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରାର ଆୟୋଜନ କରାଯାଉଛି । ଦୁଇବର୍ଷ ଧରି କୋରୋନା ମହାମାରୀ କାରଣରୁ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପାରାଦ୍ବୀପ କଳିଙ୍ଗ ବାଲିଯାତ୍ରା ପାଇଁ ବାଲିଯାତ୍ରା ପଡିଆରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

କଳିଙ୍ଗ ବାଲିଯାତ୍ରା ପାଇଁ ଭୂମିପୂଜା ସମ୍ପନ୍ନ

କଳିଙ୍ଗ ବାଲିଯାତ୍ରାର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର କର୍ତ୍ତା ଭାବରେ ଭୂମିପୂଜନ କରିଛନ୍ତି l ଚଳିତ ବାଲିଯାତ୍ରା ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପୌରପାଳିକା ଉପାଧ୍ୟକ୍ଷା ଛବିଲତା ରାଉତଙ୍କ ସହିତ କଳିଙ୍ଗ ବାଲିଯାତ୍ରା କମିଟିର ଅନେକ ସଦସ୍ୟମାନେ ଉପସ୍ଥିତ ରହିଥିଲେ l ତେବେ ଦୁଇବର୍ଷ ଧରି କୋଭିଡ କାରଣରୁ ପାରାଦ୍ବୀପ କଳିଙ୍ଗ ବାଲିଯାତ୍ରା ବନ୍ଦ ରହିଥିବା ବେଳେ ଚଳିତବର୍ଷ ଧୁମଧାମରେ ବାଲିଯାତ୍ରା ମହୋତ୍ସବ ପାଳନ ନେଇ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ କହିଛନ୍ତି l

ଏହା ମଧ୍ୟ ପଢନ୍ତୁ: ପୋଲିସ ପାଖରେ ବିଧାୟକଙ୍କ କାରନାମା, ୨୦୨୪ ପୂର୍ବରୁ ନେତାଙ୍କୁ ତାଗିଦ ପାଇଁ ଅର୍ଚ୍ଚନା ବାହାନା!

ପାରାଦ୍ବୀପ ମ୍ୟୁନିସିପାଲିଟି ପୌରାଧ୍ୟକ୍ଷ କହିଛନ୍ତି ଯେ," ଅତୀତର ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରାର ଆୟୋଜନ କରାଯାଉଛି । ଚଳିତ ବର୍ଷ ମଧ୍ୟ ଧୁମଧାମରେ ପୂଜା ପାଳନ କରାଯିବା ନେଇ ଯୋଜନା କରାଯାଇଛି । ଦୁଇବର୍ଷ ହେଲା କୋରୋନା କଟକଣା ପାଇଁ ପୂଜା ବନ୍ଦ ରହିଥିବା ବେଳେ ଚଳିତବର୍ଷ ଆଡମ୍ବରରେ ପୂଜା ହେବ । ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ବାଲିଯାତ୍ରା ପଡିଆରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଲିଯାତ୍ରା ପାଖାପାଖି ୮ ଦିନ ହେବ । ତେଣୁ ଚଳିତବର୍ଷ ଧୁମଧାମରେ ପୂଜା ହେବ ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.