ETV Bharat / state

ପାରାଦ୍ବୀପ ଗୁଳିକାଣ୍ଡ ଘଟଣା, ବନ୍ଦର ଟ୍ରଷ୍ଟିଙ୍କ ଗିରଫଦାରୀକୁ ବିରୋଧ

ପାରାଦ୍ବୀପର ଠିକା କମ୍ପାନୀ ବ୍ରିଜ ଆଣ୍ଡ ରୁଫରେ ଗୁଳିକାଣ୍ଡ ଘଟଣାକୁ ନେଇ ଭାରତୀୟ ବନ୍ଦର ମଜଦୁର ସଂଘର ସାମ୍ବାଦିକ ସମ୍ମିଳନୀ । ବନ୍ଦର ଟ୍ରଷ୍ଟି ତଥା ଶ୍ରମିକ ନେତା ରାକେଶ ପଟ୍ଟନାୟକଙ୍କ ଗିରଫଦାରୀକୁ ମଜଦୁର ସଂଘର ବିରୋଧ । ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବନ୍ଦର ମଜଦୁର ସଂଘ । ଅଧିକ ପଢ଼ନ୍ତୁ

ଭାରତୀୟ ବନ୍ଦର ମଜଦୁର ସଂଘର ସାମ୍ବାଦିକ ସମ୍ମିଳନୀ

author img

By

Published : Jan 10, 2023, 11:50 AM IST

ଭାରତୀୟ ବନ୍ଦର ମଜଦୁର ସଂଘର ସାମ୍ବାଦିକ ସମ୍ମିଳନୀ

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପର ଠିକା କମ୍ପାନୀ ବ୍ରିଜ ଆଣ୍ଡ ରୁଫରେ ଗୁଳିକାଣ୍ଡ ଘଟଣାକୁ ନେଇ ଭାରତୀୟ ବନ୍ଦର ମଜଦୁର ସଂଘର ସାମ୍ବାଦିକ ସମ୍ମିଳନୀ । ବନ୍ଦର ଟ୍ରଷ୍ଟି ତଥା ଶ୍ରମିକ ନେତା ରାକେଶ ପଟ୍ଟନାୟକଙ୍କ ଗିରଫଦାରୀକୁ ମଜଦୁର ସଂଘ ବିରୋଧ କରିଛି । ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବନ୍ଦର ମଜଦୁର ସଂଘ ।

ଗତ ଜାନୁଆରୀ ୧ ତାରିଖ ଦିନ ପାରାଦ୍ବୀପର ଠିକା କମ୍ପାନୀ ବ୍ରିଜ ଆଣ୍ଡ ରୁଫର ଅତିଥି ଭବନରେ ଗୁଳିକାଣ୍ଡ ହୋଇଥିଲା । ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି ଏହି ଠିକା କମ୍ପାନୀ ମ୍ୟାନେଜରଙ୍କୁ ଖୋଜିଥିଲେ । ମ୍ୟାନେଜର ନଥିବାରୁ ଉତ୍‌କ୍ଷିପ୍ତ ହୋଇ ସେଠାକାର ରୋଷେୟାକୁ ମାଡ଼ ମାରିବା ସହିତ ଫାଙ୍କା ଗୁଳି ଚାଳନା କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଏହି ଘଟଣାର ତନାଘନା ଆରମ୍ଭ କରିଥିଲା । ତେବେ ଏଥିରେ ପାରାଦ୍ବୀପ ବନ୍ଦର ଟ୍ରଷ୍ଟି ତଥା ଶ୍ରମିକ ନେତା ରାକେଶ ପଟ୍ଟନାୟକଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ରାକେଶ ପଟ୍ଟନାୟକଙ୍କୁ ଗିରଫ କରିଛି ପୋଲିସ ।

ଏନେଇ ଭାରତୀୟ ବନ୍ଦର ମଜଦୁର ସଂଘ ଏହାକୁ ବିରୋଧ କରିବା ସହିତ ବିନା ତଦନ୍ତରେ ବନ୍ଦର ଟ୍ରଷ୍ଟିଙ୍କୁ ପୋଲିସ ଅଭିଯୁକ୍ତ ସଜାଇ ଗିରଫ କରିଥିବା ଅଭିଯୋଗ କରିଛି । ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସଂଘର ସମ୍ପାଦକ ଶ୍ରୀକାନ୍ତ ରାୟ କହିଛନ୍ତି, "ପୋଲିସ ବିନା ତଦନ୍ତରେ ଗିରଫଦାରୀ କରିଛି । ଏହି ଗୁଳିକାଣ୍ଡ ଘଟଣାରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ଵାରା ତଦନ୍ତ କରାଗଲେ ପ୍ରକୃତ ସତ ଲୋକ ଲୋଚନକୁ ଆସିବ ।" ତେବେ ଯଦି ପୋଲିସ ନିରପେକ୍ଷ ତଦନ୍ତ ନକରେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.