ETV Bharat / state

ପାରାଦ୍ୱୀପ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବାପି ସର୍ଖେଲଙ୍କ ଆମ ପାରାଦ୍ୱୀପ ଆମ ପ୍ରଗତି ବିଜୟୀ

ପାରାଦ୍ବୀପ ପୌର ପରିଷଦର 19ଟି ୱାର୍ଡରୁ 10ଟି ୱାର୍ଡର ଏକତରଫା ବିଜୟକୁ ନେଇ ଆମ ପାରାଦ୍ବୀପ ଆମ ପ୍ରଗତିର ସ୍ବାଧୀନ ପ୍ରାର୍ଥୀ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଛନ୍ତି l ଅଧିକ ପଢନ୍ତୁ

Bapi Sarkhel's Ama paradeep Ama pragati won paradip municipality deputy chairman post
ପାରାଦ୍ୱୀପ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବାପି ସର୍ଖେଲଙ୍କ ଆମ ପାରାଦ୍ୱୀପ ଆମ ପ୍ରଗତିର ବାଜିମାତ
author img

By

Published : Apr 7, 2022, 10:26 PM IST

ପାରାଦୀପ: ପାରାଦ୍ବୀପ ପୌରପରିଷଦର ଉପାଧ୍ୟକ୍ଷ ନିର୍ବାଚନରେ (paradeep municipality deputy chairman) ସ୍ବାଧୀନ ପ୍ରାର୍ଥୀଙ୍କ ବାଜିମାତ୍‌ । ପାରାଦ୍ବୀପ ରାଜନୀତିରେ ଘଡିକେ ଘୋଡା ଛୁଟୁଛି l ପାରାଦ୍ବୀପ ପୌର ପରିଷଦର 19ଟି ୱାର୍ଡରୁ 10ଟି ୱାର୍ଡର ଏକତରଫା ବିଜୟକୁ ନେଇ ଆମ ପାରାଦ୍ବୀପ ଆମ ପ୍ରଗତିର(Ama paradeep Ama pragati ) ସ୍ବାଧୀନ ପ୍ରାର୍ଥୀ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଛନ୍ତି l ତେବେ ସବୁଠୁ ଉତ୍କଣ୍ଠାର ବିଷୟ ହୋଇଛି ପାରାଦ୍ବୀପ ବିଜେଡିରେ ଅନ୍ତର୍ଦ୍ବନ୍ଦ୍ବ ସ୍ପଷ୍ଟ ଭାବରେ ପଦାରେ ପଡିଛି ।

ଆଜିର ପୌରଉପାଧ୍ୟକ୍ଷ ନିର୍ବାଚନରେ ପାରାଦ୍ବୀପ ପୌରପରିଷଦର 19ଟି ୱାର୍ଡ ମଧ୍ୟରୁ ବିଜେଡିରୁ ପ୍ରଭାତୀ ନାୟକ, ବିଜେପିରୁ ରୁନୁ ପରିଡା ଏବଂ ସ୍ବାଧୀନ ପ୍ରାର୍ଥୀନୀ ଭାବରେ ଛବିଲତା ରାଉତ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମାତ୍ର ବିଜେପି ପ୍ରାର୍ଥୀ ନିର୍ବାଚନରୁ ଓହରି ଯିବା ସହିତ ପୌରଉପାଧ୍ୟକ୍ଷ ନିର୍ବାଚନରୁ ମଧ୍ୟ ବିରତ ରହିଥିଲେ l

ପରବର୍ତ୍ତୀ ପର୍ଯ୍ୟାୟରେ ବିଜେପିର 3ଟି ୱାର୍ଡ ଛାଡିବା ପରେ ପାରାଦ୍ବୀପ ପୌର ଉପାଧ୍ୟକ୍ଷ ପଦ ପାଇଁ ବିଜେଡି ଓ ଆମ ପାରାଦୀପ ଆମ ପ୍ରଗତିର ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ଲଢେଇରେ ସ୍ବାଧୀନ ପ୍ରାର୍ଥୀନୀ ଛବିଲତା ରାଉତଙ୍କ ସପକ୍ଷରେ 10 ଖଣ୍ଡ ଭୋଟ ପଡିଥିଲା । ଫଳରେ ସେ ମ୍ୟାଜିକ ନମ୍ବର ହାସଲ କରିବା ସହ ବିଜୟୀ ହୋଇଥିଲେ l ପୌରନିର୍ବାଚନରେ ପୌରାଧ୍ୟକ୍ଷ ଭାବରେ ଏକତରଫା ଭାବେ ବିଜେଡିର ବସନ୍ତ ବିଶ୍ବାଳ ବିଜୟୀ ହୋଇଥିଲେ । ତେବେ ଉପାଧ୍ୟକ୍ଷ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀଙ୍କ ବିଜୟକୁ ନେଇ ପାରାଦ୍ବୀପରେ ଚର୍ଚ୍ଚା ଜୋର ଧରିଛି l

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.